ଓଡିଶା

ଜୟପାଟଣା ଥାନା ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ

(ଗୋଲାପ ସାହୁ, କଲାହାଣ୍ଡି): ବର୍ତ୍ତମାନ ସାରା ରାଜ୍ୟରେ କରୋନାର ଭୟ । ରକ୍ତଦାନ ଅଭାବରୁ ଯେମିତି କାହାର ମୃତ୍ୟୁ ନହେଉ, ଏହି ସଚେତନତା ନେଇ କଳାହାଣ୍ଡି ପୁଲିସ ପ୍ରଶାସନ ତରଫରୁ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି । ଧର୍ମଗଡ଼ ଓ ଭବାନୀପାଟଣା ରକ୍ତ ଭଣ୍ଡାରରେ ଆବଶ୍ୟକ ପରିମାଣର ରକ୍ତ ମହଜୁଦ ଲାଗି ପ୍ରତି ଥାନା ତଥା ଫାଣ୍ଡି ଅଞ୍ଚଳରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବର ଆୟୋଜନ ଚାଲିଛି। ଆଜି ଜୟପାଟଣା ଥାନା ତରଫରୁ ଜୟପାଟଣା ଧର୍ମଶାଳାଠାରେ ରକ୍ତଦାନ ଶିବର ଅନୁଷ୍ଠିତ ହୋଇଥିଲା । ଏଥିରେ ଅଞ୍ଚଳର ସ୍ବେଚ୍ଛାସେବୀ ମାନେ ୟୁନିଟ ରକ୍ତ ଦାନ କରିଥିବା ଜୟପାଟଣା ଥାନା ଅଧିକାରୀ ରଶ୍ମିତା ପ୍ରଧାନଙ୍କୁ ଅଞ୍ଚଳରେ ଲୋକେ କୃତଜ୍ଞତା ଜ୍ଞାପନ କରିଛନ୍ତି । ଆଗାମୀ ଦିନରେ ଏହା ଅନେକଙ୍କ ଜୀବନ ବଞ୍ଚାଇବା ସହ ସ୍ୱାସ୍ଥ୍ୟ ବିଭାଗକୁ ଏକ ପ୍ରକାର ଶକ୍ତି ଯୋଗାଇବ ବ। କଳାହାଣ୍ଡି ପୋଲିସ ପକ୍ଷରୁ ଜିଲ୍ଲା ଅତିରିକ୍ତ ପୋଲିସ ତରଫରୁ ଏସ୍ଡିପିଓ ଲକ୍ଷ୍ମୀନାରାୟଣ ପଣ୍ଡା, ଜୟପାଟଣା ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ରକ୍ତଦାତାମାନଙ୍କୁ ପୋଲିସ ପକ୍ଷରୁ ବିଭିନ୍ନ ପ୍ରକାର ପୁଷ୍ଟିକର ଖାଦ୍ୟ ଦିଆଯାଇଥିଲା । ଜୟପାଟଣା ଥାନା ଅଧିକାରୀ ରଶ୍ମିତା ପ୍ରଧାନ ବହୁ ଜନାହିତ କାର୍ୟ୍ୟ କରି ଅଞ୍ଚଳରେ ଜନସାଧାରଣଙ୍କ ମନ ଜିତିପାରିଛନ୍ତି । ଜଣେ ମହିଳା ଅଧିକାରୀଙ୍କ ଏଭଳି ଲୋକ କଲ୍ୟାଣ ମନଭାବ ଓ ଶୁଭ ସଂକଳ୍ପ ଅଞ୍ଚଳରେ ଶାନ୍ତିର ବାତାବରଣ ସୃଷ୍ଟି କରିଛି ।

Related posts

ମନ୍ମଥ-ମନୋଜ ସ୍ମୃତି ପୀଠ ଉଦଘାଟିତ 

mahabharatanews

ପ୍ରକାଶ ପାଇଲା ଯୁକ୍ତ ଦୁଇ ମେଧା ତାଲିକା

mahabharatanews

ଆଜି ୧୨ ଘଣ୍ଟିଆ କୋରାପୁଟ  ବନ୍ଦ 

mahabharatanews