Uncategorized

ଡବ୍ଲୁଏଚଓ କହିଲା, କରୋନା ଆମ ସହ ରହିଥିବ

ନୂଆଦିଲ୍ଲୀ: କରୋନା ଭୂତାଣୁ କେବେ ଆମକୁ ଛାଡି ଯିବ ନାହିଁ । ସେ ଆସ ସହ ରହିଥିବ । ଅବଶ୍ୟ ଏହାର ଭୟାବହତା ହ୍ରାସ ପାଇଁବ ଔଷଧ ଓ ଟୀକା ବିକାଶ ହେବା ପରେ । ଏହା ଏଚଆଇଭି ସଂକ୍ରମଣ ଭଳି ସାଧାରଣ ଭୂତାଣୁ ରୂପେ ରହିବ । ମାନବ ପାଇଁ ଏହି ଭୂତାଣୁ ଅନ୍ୟ ‌ଏକ ଘାତକ ଭୂତାଣୁ ହୋଇପାରେ। ଏ ଭୂତାଣୁ କଦାପି ବିଦାୟ ନେବ ନାହିଁ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ଏକ୍ଜିକ୍ୟୁଟିଭ୍ ଡିରେକ୍ଟର୍ ମାଇକେଲ୍ ଜେ ରିୟାନ୍ କହିଛନ୍ତି।
ସେ ଆହୁରି କହିଛନ୍ତି, ମୁଁ ଏ ଦୁଇଟି ରୋଗକୁ ତୁଳନା କରୁନାହିଁ, କିନ୍ତୁ ମୋର ମନେହୁଏ ଆମେ ବାସ୍ତବବାଦୀ ହେବା ଦରକାର । ଏହି ଭୂତାଣୁ ଉଭେଇ ଯିବ ବା ନ ଯିବ ତାହା କେହି ଆଗତୁରା ଆକଳନ କରିପାରିବ ନାହିଁ।
ଡକ୍ଟର୍ ରିୟାନ୍ ଟିକା ପ୍ରସଙ୍ଗରେ କହିଲେ, ଆମେ ଏହି ଭାଇରସର ମୂଳୋତ୍ପାଟନ କରିପାରନ୍ତି। କିନ୍ତୁ, ସେ ଭଳି ଟିକା ମିଳିବା ଆବଶ୍ୟକ । ସେ ଟିକା ପୁଣି ଫଳପ୍ରଦ ହେବା ଦରକାର । ସ‌ମସ୍ତଙ୍କୁ ସେ ଟିକା ମିଳିବାର ବ୍ୟବସ୍ଥା କରିବା ଦରକାର। ପୁଣି ଆମେ ସମସ୍ତେ ସେ ଟିକା ନେଲେ ଯାଇ ଯାହା କିଛି ହୋଇପାରିବ।

Related posts

ମେଘାଳୟରେ ସିଏଏ ହିଂସା

mahabharatanews

୨୪ ଘଣ୍ଟାରେ  ଦେଶରେ  ୯,୯୮୩ କରୋନା ଚିହ୍ନଟ

mahabharatanews

ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋଙ୍କ ଇସ୍ତଫା ପରେ ସୁଗା ହେବେ ନୂଆ ପ୍ରଧାନମନ୍ତ୍ରୀ

mahabharatanews