ଓଡିଶା

ପାଟଣାରେ ଫୁଟିଲା ବିରଳ ବ୍ରହ୍ମକମଳ

(ପାଟଣା/ ବିଜୟ କାରୁଆ): ପାଟଣାବ୍ଲକ ବଡ଼ପାଟଣା ପଞ୍ଚାୟତ ସଅରାପଶି ଗ୍ରାମର ଅବସରପ୍ରାପ୍ତ ମୁଖ୍ୟ କିରାଣୀ ବନମାଳୀ ପତିଙ୍କ ଘର ଅଗଣାରେ ଫୁଟିଛି ବିରଳ ବ୍ରହ୍ମ କମଳ ଫୁଲ । ଵର୍ତମାନ କରୋନା ମହାମାରୀ ପରି ସମୟ ରେ ବ୍ରହ୍ମକଲମ ଫୁଟିବା ଏକ ବିରଳ ଘଟଣା । ଏହି ପବିତ୍ର ବ୍ରହ୍ମକମଳ ଫୁଲ କୁ ଦର୍ଶନ କରିବାକୁ ପାଟଣା ଅଞ୍ଚଳ ର ଲୋକ ଙ୍କର ଭିଡ଼ ଦେଖିବାକୁ ମିଳି ଥିଲା। କରୋନା ପରି ମହାମାରୀ ସମୟ ରେ ବ୍ରହ୍ମକମଳ ଫୁଲ ଫିଟିବା କେନ୍ଦୁଝର ଜିଲ୍ଲାରେ ବିରଳ ଘଟଣା । ଏହି ଫୁଲ ମୁଖ୍ୟତ ହିମାଳୟ ପାଦ ଦେଶରେ ଦେଖାବାକୁ ମିଳୁ ଥାଏ । ଫୁଲଟି ବ୍ରହ୍ମା ଙ୍କ ପ୍ରିୟ ହୋଇ ପୂଜା ରେ ଲାଗୁଥିବା ବେଳେ ବନମାଳୀ ପତି ଅତି ଭାଗ୍ୟବାନ ଯେ ତାଙ୍କ ଅଗଣା ରେ ବ୍ରହ୍ମକଲମ ଫୁଲଟି ବା ସାଧାରଣରେ ଚର୍ଚ୍ଚା ହୋଇଛି।

Related posts

ରାଇରଙ୍ଗପୁରରେ ‘ମୋ ଖତ’ ବିକ୍ରୟ କେନ୍ଦ୍ର ଉଦଘାଟିତ

mahabharatanews

ଗୁଡ଼ି ଉଡ଼ାବେଳେ ଟ୍ରେନ ଧକ୍କାରେ ଚାଲିଗଲା ନାବାଳକର ଜୀବନ 

mahabharatanews

ପୂର୍ବତନ ମନ୍ତ୍ରୀ ସେଖ ମତଲୁବ ଅଲ୍ଲୀଙ୍କ ପରଲୋକ

mahabharatanews