ଓଡିଶା

ବାଲିଗୁଡା ପୋଲିସ ଭାଙ୍ଗିଲା ଦେଶୀ ମହୁଲି ଭାଟି

(ବନବାସୀ ପ୍ରଧାନ, କନ୍ଧମାଲ): ସବୁଆଡେ ଲକଡାଉନ ଚାଲିଥିବା ବେଳେ ମଦ ଦୋକାନ ଗୁଡିକ ସିଲ୍ ହୋଇଛି, ଏହାର ସୁଯୋଗ ନେଇ ଅଧିକା ଅର୍ଥ ଉପାର୍ଜନ ପାଇଁ ମଦ ମାଫିଆମାନେ ସକ୍ରିୟ ହୋଇ ଉଠିଥିବା ଦେଖିବାକୁ ମିଳିଛି । ଗତ କିଛିଦିନ ହେଲା ବାଲିଗୁଡା ପୋଲିସ ବିଭିନ୍ନ ଅଞ୍ଚଳରେ ଚଢାଉ କରି ହଜାର, ହଜାର ଲିଟର ମହୁଲି ମଦ ଜବତ କରିବା ସହ ପୋଚ ନଷ୍ଟ କରିଥିବା ଦେଖାଯାଇଛି । ଗତକାଲି ବାଲିଗୁଡା ଡିଏସପି ମନୋଜ କୁମାର ପୂଜାରିଙ୍କ ନେତୃତ୍ବରେ କଠପଡି, କଟାରୀସାହି, ଇନ୍ଦିରାଜା ଅଞ୍ଚଳରୁ ୪୦୦୦ହଜାର ଲିଟରରୁ ଉର୍ଦ୍ଧ ପୋଚ ନଷ୍ଟ କରାଯିବା ସହିତ ମହୁଲି ମଦ ଜବତ କରିଛି ବାଲିଗୁଡା ପୋଲିସ ଟିମ୍ । ମହୁଲି ମଦ ରନ୍ଧା ସାମଗ୍ରୀକୁ ମଧ୍ୟ ପୋଲିସ ଭାଙ୍ଗି ନଷ୍ଟ କରିଦେଇଥିବା ଜଣାପଡିଛି । ଏହି ଚଢାଉରେ ଡିଏସପି ସମେତ ଆଇଆଇସି ପ୍ରଶାନ୍ତ ବେହେରା, ଭଗାମୁଣ୍ଡା ଏସ୍ ଜି ଏଚ୍ ଗୃଫ ମହିଳା, ମାଆମାନେ ଓ ବାଲିଗୁଡା ପୋଲିସ ବାହିନୀ ସହଯୋଗ କରିଥିଲେ । ବାଲିଗୁଡା କେସ୍ ନଂ ୧୦୧ ଓ ୧୦୨ ହୋଇଥିବା ଜଣାପଡିଛି ।

Related posts

କାଇଁଝରି ଡ୍ୟାମରେ ଶହଶହ ମଲା କୁକୁଡା ଭାସିବାକୁ ନେଇ ଲୋକେ ଆତଙ୍କିତ

mahabharatanews

 ବଢୁଛି ମଣିଷ ଖିଆ କୁମ୍ଭୀରର ଉତ୍ପାତ, ମହିଳା ମୃତ୍ୟୁ

mahabharatanews

ସୁରକ୍ଷା କର୍ମୀଙ୍କ ଗୁଳିମାଡ଼ରେ ଜଣେ ନିକ୍ସଲ ନିପାତ

mahabharatanews