Uncategorized

ଆଜି ପବିତ୍ର ଇଦ୍: ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

(ମମତା ସାମଲ ): ଆଜି ସମଗ୍ର ଦେଶରେ ମୁସଲମାନ ସଂପ୍ରଦାୟର ପବିତ୍ର ଇଦ୍ ପର୍ବ ପାଳନ ହେଉଛି । ଏଥି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କରୋନା ଭାଇରସ ପାଇଁ ଦେଶରେ ଲକଡାଉନ ଲାଗୁ ହୋଇଥିବା ବେଳେ ସାମାଜିକ ଦୂରତା ରକ୍ଷା କରି ଇଦ ପର୍ବ ପାଳନ କରିବାକୁ ମୋଦୀ ଅପିଲ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ ଜରିଆରେ ଶୁଭେଚ୍ଛା ଜଣାଇବାର ସହ ସମସ୍ତେ ସୁସ୍ଥ ରୁହନ୍ତୁ ବୋଲି ବାର୍ତ୍ତା ଦେଇଛନ୍ତି । କରୋନା ଭାଇରସ ପାଇଁ ଦିଲ୍ଲୀସ୍ଥିତ ଜମା ମସଜିଦକୁ ବନ୍ଦ ରଖାଯାଇଛି । ଦେଶରେ ଲକଡାଉନ ୪.୦ ଜାରି ରହିଥିବା ଯୋଗୁଁ ସ୍ଥାନୀୟ ପ୍ରଶାସନ ଇଦ୍ ପର୍ବ ଘରେ ପାଳନ କରିବାକୁ ପରାମର୍ଶ ଦେଇଛି । ଏଥି ସହିତ ଦେଶର ଅନ୍ୟ ମସଜିଦଗୁଡ଼ିକ ମଧ୍ୟ ଆଜି ବନ୍ଦ ରହିଛି । ଏହା ପୂର୍ବରୁ ଦେଶର କିଛି ସ୍ଥାନରେ ରବିବାର ଇଦ୍ ପର୍ବ ପାଳନ କରିଛନ୍ତି । କିନ୍ତୁ ଦେଶର ଅଧିକାଂଶ ସ୍ଥାନରେ ଆଜି ପବିତ୍ର ଇଦ୍ ପର୍ବ ପାଳନ ହେଉଛି ।

Related posts

ୟୁକେର ପ୍ରଥମ ମହିଳା ଆତ୍ମଘାତୀ ବୋମା ଷଡଯନ୍ତ୍ରକାରୀ ଶ୍ରୀଲଙ୍କାପରି ଏକ ଆତଙ୍କୀ ଆକ୍ରମଣର ଯୋଜନା କରୁଥିଲେ

mahabharatanews

ଖୋଲିବାକୁ ଥିବା କାରଖାନା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ମାର୍ଗଦର୍ଶିକା

mahabharatanews

ଗଗନଯାନ ମିଶନ ମହାକାଶଚାରୀଙ୍କ ପାଇଁ ଡିଆରଡିଓର ସ୍ୱତନ୍ତ୍ର ଖାଦ୍ୟ ବ୍ୟବସ୍ଥା

mahabharatanews