Uncategorized

ଆଜି ପବିତ୍ର ଇଦ୍: ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

(ମମତା ସାମଲ ): ଆଜି ସମଗ୍ର ଦେଶରେ ମୁସଲମାନ ସଂପ୍ରଦାୟର ପବିତ୍ର ଇଦ୍ ପର୍ବ ପାଳନ ହେଉଛି । ଏଥି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କରୋନା ଭାଇରସ ପାଇଁ ଦେଶରେ ଲକଡାଉନ ଲାଗୁ ହୋଇଥିବା ବେଳେ ସାମାଜିକ ଦୂରତା ରକ୍ଷା କରି ଇଦ ପର୍ବ ପାଳନ କରିବାକୁ ମୋଦୀ ଅପିଲ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ ଜରିଆରେ ଶୁଭେଚ୍ଛା ଜଣାଇବାର ସହ ସମସ୍ତେ ସୁସ୍ଥ ରୁହନ୍ତୁ ବୋଲି ବାର୍ତ୍ତା ଦେଇଛନ୍ତି । କରୋନା ଭାଇରସ ପାଇଁ ଦିଲ୍ଲୀସ୍ଥିତ ଜମା ମସଜିଦକୁ ବନ୍ଦ ରଖାଯାଇଛି । ଦେଶରେ ଲକଡାଉନ ୪.୦ ଜାରି ରହିଥିବା ଯୋଗୁଁ ସ୍ଥାନୀୟ ପ୍ରଶାସନ ଇଦ୍ ପର୍ବ ଘରେ ପାଳନ କରିବାକୁ ପରାମର୍ଶ ଦେଇଛି । ଏଥି ସହିତ ଦେଶର ଅନ୍ୟ ମସଜିଦଗୁଡ଼ିକ ମଧ୍ୟ ଆଜି ବନ୍ଦ ରହିଛି । ଏହା ପୂର୍ବରୁ ଦେଶର କିଛି ସ୍ଥାନରେ ରବିବାର ଇଦ୍ ପର୍ବ ପାଳନ କରିଛନ୍ତି । କିନ୍ତୁ ଦେଶର ଅଧିକାଂଶ ସ୍ଥାନରେ ଆଜି ପବିତ୍ର ଇଦ୍ ପର୍ବ ପାଳନ ହେଉଛି ।

Related posts

ଅଗ୍ନିକାଣ୍ଡ: ବିଦେଶିନୀ ମୃତ, ୨ ନାବାଳିକା ଜୀବନ୍ତ ଦଗ୍ଧ

mahabharatanews

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୧୩ ଜଣ ମୃତ

mahabharatanews

ବଦ୍ରିନାଥଙ୍କ ଦ୍ୱାର ଖୋଲା ନୀତି ସମ୍ପନ୍ନ

mahabharatanews

Leave a Comment