ନୂଆଦିଲ୍ଲୀ: ଦେଶର ଶ୍ରେଷ୍ଠ ୫୦ ପ୍ରଭାବଶାଳୀ ମଧ୍ୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ମ ସ୍ଥାନରେ ଅଛନ୍ତି । ‘ଫେମ୍ ଇଣ୍ଡିଆ’ ମାଗାଜିନ ପକ୍ଷରୁ ପ୍ରକାଶିତ୨୦୨୦ ‘‘୫୦ ପ୍ରଭାବଶାଳୀ ଭାରତୀୟ’’ ତାଲିକାରେ ପ୍ରକାଶ ପ।।ଇଛି । । ଏହି ତାଲିକାରେ ଶୀର୍ଷରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (୯୯.୬%) । ଦ୍ୱିତୀୟ ସ୍ଥାନରେ ଉତ୍ତର ପ୍ରଦେଶ ଯୋଗୀ ଆଦିତ୍ୟନାଥ (୯୭%)। ତୃତୀୟ ସ୍ଥାନରେ ଗୃହମନ୍ତ୍ରୀ ଅମିତ୍ ଶାହା (୯୬.୫%) । ୪ର୍ଥ ସ୍ଥାନରେ ଶିଳ୍ପପତି ରତନ ଟାଟା (୯୫.୨%), ୫ମ ସ୍ଥାନରେ ମୁକେଶ ଅମ୍ବାନୀ (୯୫%) ଅଛନ୍ତି । ସେହିପରି ଷଷ୍ଠ ସ୍ଥାନରେ କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନ, ୭ମ ସ୍ଥାନରେ ଧର୍ମଗୁରୁ ରବିଶଙ୍କର, ୮ମ ସ୍ଥାନରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ୯ମ ସ୍ଥାନରେ ଭାରତର ଜେମ୍ସବଣ୍ଡ ତଥା ରାଷ୍ଟ୍ରୀୟ ସୁରକ୍ଷା ପରିଷଦ ଅଧ୍ୟକ୍ଷ ଅଜିତ୍ ଡ଼ୋଭାଲ ଓ ୧୦ମ ସ୍ଥାନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରହିଛନ୍ତି। ଏକାଦଶତମ ସ୍ଥାନରେ ରହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ପି.କେ.ମିଶ୍ର ।
ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ୩ ଜଣ ମୁଖ୍ୟମନ୍ତ୍ରୀ ଅଛନ୍ତି । ଦ୍ବିତୀୟ ସ୍ଥାନରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରହିଥିବାବେଳେ କେରଳ ମୁଖ୍ୟମନ୍ତ୍ରୀ ପି.ବିଜୟନ ଷଷ୍ଠ ସ୍ଥାନରେ ଅଛନ୍ତି । ସେହିପରି ଦିଲ୍ଲୀ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ୧୨ତମ ସ୍ଥାନରେ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୧୩ତମ ସ୍ଥାନରେ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ୧୭ତମ, ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ କାର୍ୟ୍ୟକାରୀ କମିଟି ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ଡ଼. ହର୍ଷବର୍ଦ୍ଧନ ୧୮ତମ, ପତଞ୍ଜଳି ପ୍ରତିଷ୍ଠାତା ତଥା ଯୋଗଗୁରୁ ରାମଦେବ ୨୦ତମ ଓ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ୨୧, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ୩୦ତମ ସ୍ଥାନ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ୩୧ତମ ସ୍ଥାନରେ ଅଛନ୍ତି ।
previous post
