ଓଡିଶା

୨୯ ତାରିଖରୁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସୌନ୍ଦର୍ୟ୍ୟକରଣ କାମ ୨୯ ତାରିଖରୁ ଆରମ୍ଭ ହେବ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଜିଲ୍ଲାପାଳ ତଥା ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂରେ ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା କାଳରେ ପୁରୀ ଶ୍ରୀନ୍ଦିର ପାଇଁ ପ୍ରସ୍ତୁତ ହୋଇଥିବା ଯୋଜନା ଅନୁସାରେ ପୁଣି ଥରେ କାମ ଆରମ୍ଭ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

ଗତବର୍ଷ ପୁରୀ ଶ୍ରୀମନ୍ଦିର ସୌନ୍ଦର୍ୟ୍ୟକରଣ ପାଇଁ ମନ୍ଦିର ଚତୁଃପାର୍ଶ୍ୱରୁ ୭୫ ମିଟର ପର୍ୟ୍ୟନ୍ତ ଉଚ୍ଛେଦ କାର୍ୟ୍ୟ କରିଥିଲେ ରାଜ୍ୟ ସରକାର । ଏହାସହ ପୁରୁଣା ମଠ ମଧ୍ୟ ଉଚ୍ଛେଦ କରିଥିଲେ। ପୁରୀକୁ ସୌନ୍ଦର୍ୟ୍ୟକରଣ କରିବା ଲାଗି ଏହି ବ୍ୟବସ୍ଥା କରାଯାଇଥିଲା। ହେଲେ କରୋନା ପାଇଁ ଏହି କାମ ବନ୍ଦ ରହିଥିଲା। ରଥଯାତ୍ରା ପାଖେଇ ଆସୁଥିବାରୁ ଏହି ସୌନ୍ଦର୍ୟ୍ୟକରଣ ଏବଂ ନିର୍ମାଣ କାମ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।

Related posts

ଆଜି ଶପଥ ନେବେ ନୂଆ ରାଜ୍ୟପାଳ ରଘୁବର ଦାସ 

mahabharatanews

ସ୍ମାର୍ଟ-୩ ଆଣ୍ଟି ସବମେରାଇନ ମିସାଇଲର ସଫଳ ପରୀକ୍ଷଣ 

mahabharatanews

ପୁଣି ଖଟିଆରେ ବୁହା ହେଲେ ରୋଗୀ

mahabharatanews