Uncategorized

କରୋନା ଯୁଦ୍ଧରେ ଆମ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ନିଶ୍ଚିତ ବିଜୟୀ ହେବେ: ମୋଦୀ

ନୂଆଦିଲ୍ଲୀ: କର୍ଣ୍ଣାଟକସ୍ଥିତ ରାଜୀବ ଗାନ୍ଧୀ ୟୁନିଭର୍ସିଟି ଅଫ୍ ହେଲ୍‌ଥ୍ ସାଇନ୍‌ସେସ୍‌ର ରୌପ୍ୟ ଜୟନ୍ତୀ ଉତ୍ସବ ଉଦ୍‌ଘାଟନ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଭାରତୀୟ ଡାକ୍ତର ଏବଂ ସ୍ୱାସ୍ଥ୍ୟସେବୀ ଅଜେୟ । ଅଦୃଶ୍ୟ କରୋନାଭାଇରସ୍ ବିରୋଧୀ ସଂଗ୍ରାମରେ ଆମ ଡାକ୍ତରୀ କର୍ମୀମାନେ ନିଶ୍ଚୟ ବିଜୟ ହାସଲ କରିବେ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଭିଡିଓ କନ୍‌ଫରେନ୍‌ସିଙ୍ଗ୍ ଜରିଆରେ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ।
ମୋଦୀ ଆହୁରି କହିଛନ୍ତି. ଭୂତାଣୁ ଅଦୃଶ୍ୟ ହେଲେ ବି ଆମ ଡାକ୍ତରୀ କର୍ମୀମାନେ ଅପରାଜେୟ। ଅଦୃଶ୍ୟ ଏବଂ ଅପରାଜେୟଙ୍କ ମଧ୍ୟରେ ଚାଲିଥିବା ଯୁଦ୍ଧରେ ନିଶ୍ଚୟ ଆମ ଡାକ୍ତରୀ କର୍ମୀମାନେ ଜିଣିବେ। ଭାରତରେ କୋଭିଡ୍-୧୯ ବିରୋଧୀ ଯୁଦ୍ଧର ଏହି ଯୋଦ୍ଧାଙ୍କ କଠିନ ଶ୍ରମ ଆମକୁ କରୋନା ଉପରେ ବିଜୟ ପ୍ରଦାନ କରିବ । ମୁଁ ସ୍ପଷ୍ଟ କରି କହୁଛି ଯେ ଏହି ଅଗ୍ରଣୀ କର୍ମୀଙ୍କ ବିରୋଧରେ ହିଂସା, ଅଶୋଭନୀୟ ଆଚରଣ ଏବଂ କ୍ରୁର ବ୍ୟବହାର ବରଦାସ୍ତ କରାଯିବ ନାହିଁ।

Related posts

୧୯୯୮ରେ ଦାଉଦକୁ ମାରିବାକୁ ଛୋଟା ରାଜନ ଷହଯନ୍ତ୍ର କରିଥିଲା: ଲକଡବାଲା

mahabharatanews

ଦିବ୍ରୁଗଡରେ କର୍ଫ୍ୟୁ କୋହଳ, ଇଣ୍ଟରନେଟ ବନ୍ଦ

mahabharatanews

ତାଲିବାନୀ ଆତଙ୍କୀ ଆକ୍ରମଣ: ୧୭ ନିହତ

mahabharatanews