Uncategorized

ଭାରତୀୟ ବିଶେଷଜ୍ଞଙ୍କ ଦ୍ୱାରା ଭୂତାଣୁ ଚିହ୍ନଟର ନୂଆ ପଦ୍ଧତି ବିକାଶ

ହାଇଦ୍ରାବାଦ : ବର୍ତ୍ତମାନ ପର୍ଯ୍ୟନ୍ତ ଆରଟି-ପିସିଆର ପଦ୍ଧତିକୁ ଭୂତାଣୁ ଚିହ୍ନଟ କରିବାର ସବୁଠାରୁ ନିର୍ଭରଯୋଗ୍ୟ ଉପାୟ ଭାବରେ ବିଶ୍ବ ବ୍ୟାପୀ ବିବେଚନା କରାଯାଉଥିଲା। କିନ୍ତୁ ଭାରତୀୟ ବୈଜ୍ଞାନିକମାନେ ଅନ୍ୟ ଏକ ପଦ୍ଧତି ପ୍ରସ୍ତୁତ କରିଛନ୍ତି ଯେଉଁଥିରେ ଭୂତାଣୁ ଚିହ୍ନଟ ହୋଇପାରିବ। ଏହି ପଦ୍ଧତିରେ କମ୍ ସମୟ ଓ କମ୍ ଖର୍ଚ୍ଚରେ ଭୂତାଣୁ ଚିହ୍ନଟ ହୋଇପାରିବ।
ହାଇଦ୍ରାବାଦର ସେଣ୍ଟର ଫର ସେଲୁଲାର୍ ଏବଂ ମଲିକୁଲାର ବାୟୋଲୋଜି (ସିସିଏମବି-ସିଏସଆଇଆର)ର ବୈଜ୍ଞାନିକମାନେ ଆରଏନଏ ପରୀକ୍ଷା ପାଇଁ ଆରଟି-ପିସିଆରର ପରିବର୍ତ୍ତିତ କୌଶଳ ବିକଶିତ କରିଛନ୍ତି। ଟିଇ ବଫର୍ କୌଶଳ ବ୍ୟବହାର ଦ୍ବାରା ଆରଟି-ପିସିଆର ଚିହ୍ନଟ ପ୍ରାୟ ଅଧା ସମୟ ନେଇଥାଏ। ବର୍ତ୍ତମାନ ଗୋଟିଏ ନମୁନାର ଆରଟି-ପିସିଆର ପରୀକ୍ଷା ପାଇଁ ଲ୍ୟାବରେ ପ୍ରାୟ ଦୁଇରୁ ତିନି ଘଣ୍ଟା ସମୟ ଲାଗିଥାଏ। କିନ୍ତୁ ଏହି ନୂତନ ଟେକ୍ନୋଲୋଜି ୪୦ ପ୍ରତିଶତ ଶସ୍ତା ହେବା ସହ ୨୦ ପ୍ରତିଶତ ଅଧିକ ପ୍ରଭାବଶାଳୀ ହେବ।
ସିସିଏମବି ନିର୍ଦ୍ଦେଶକ ଡକ୍ଟର ରାକେଶ ମିଶ୍ର କହିଛନ୍ତି, ଏହି ଟେକ୍ନୋଲୋଜି ସହ ଜଡିତ ସମସ୍ତ ସୂଚନା ଆଇସିଏମଆରକୁ ପଠାଯିବ, ଏହା ପରେ ଏହା ଉପରେ ଅଧିକ କାର୍ୟ୍ୟ ଆରମ୍ଭ ହେବ। ଅବଶ୍ୟ, ଏହି କୌଶଳ ରୋଗୀର ପରୀକ୍ଷଣରେ ନୁହେଁ, ବହୁ ପରିମାଣରେ ଭୂତାଣୁ ଚିହ୍ନଟ କରିବାରେ ବ୍ୟବହୃତ ହୋଇପାରେ। ଦିଲ୍ଲୀ ଆଇସିଏମଆରର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହି ପ୍ରକଳ୍ପ ଦ୍ରୁତ ଗତିରେ ଅଗ୍ରଗତି କରୁଛି। ଆସନ୍ତା ଦେଢ ସପ୍ତାହ ମଧ୍ୟରେ ଏହି ପ୍ରକଳ୍ପ ଉପରେ ନିଷ୍ପତ୍ତି ନିଆଯାଇପାରେ।

Related posts

ତୁଷ।ରପାତରେ ଫସିଥିବା ୧୧୧ଜଣଙ୍କୁ ସୁରକ୍ଷିତ ଉଦ୍ଧାର

mahabharatanews

ଆମ ପାଖରେ ସତ୍ୟର ବଳ ରହିଛି: ଦଲାଇ ଲାମା

mahabharatanews

ଦେଶରେ କରୋନା ମୃତ୍ୟୁ ୧୯୮୧ ଛୁଇଁଛି

mahabharatanews