Uncategorized

ଅଣ୍ଡର ୱାଲ୍ଡ ଡନ୍ ଦାଉଦ, ତାର ପତ୍ନୀ କରୋନା ଆକ୍ରାନ୍ତ

କରାଚି: ଭାରତର ମୋଷ୍ଟ ୱାଣ୍ଟେଡ ଅଣ୍ଡର ୱାଲ୍ଡ ଡନ୍ ଦାଉଦ ଇବ୍ରାହିମ ଓ ପତ୍ନୀ ମହଜାବିନ କରୋନା ଆକ୍ରାନ୍ତ ହୋଇ କରାଚି ସେନା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହା ପରେ ଦାଉଦର ସୁରକ୍ଷାକର୍ମୀ ଓ ପରିଚାଳକଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି ।
ଦାଉଦ ଇବ୍ରାହିମ ୧୯୯୩ ମୁମ୍ବାଇ ବିସ୍ଫୋରଣର ମାଷ୍ଟରମାଇଣ୍ଡ ଥିଲା । ଏହାପରେ ଦାଉଦ ଭାରତୀୟ ଇଣ୍ଟେଲିଜେନ୍ସର ଟାର୍ଗେଟରେ ଅଛି । ତେଣୁ ସେ ଦୁବାଇ ପଳାୟନ କରିଥିଲା । ଏବେ ଦୀର୍ଘ ଦିନ ଧରି ନିଜ ପରିବାର ସହିତ ପାକିସ୍ତାନରେ ଲୁଚି ରହିଛି। ଭାରତ ମଧ୍ୟ ଯଥେଷ୍ଟ ପ୍ରମାଣ ଦେଇଛି ଯେ ଦାଉଦ ଇବ୍ରାହିମ ପାକିସ୍ତାନରେ ଅଛନ୍ତି, ଏହା ସତ୍ତ୍ୱେ ପାକିସ୍ତାନ ଏହାକୁ ଗ୍ରହଣ କରିବାକୁ ମନା କରିଆସୁଥିଲା। କିନ୍ତୁ ଏବେ ପ୍ରକୃତ ଘଟଣା ସାମ୍ନାକୁ ଆସିଛି।
ସୂଚନାଯୋଗ୍ୟ, ପାକିସ୍ତାନର କରାଚିରେ କରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଥିଲେ ମଧ୍ୟ ପାକିସ୍ତାନ ଏହାକୁ ବାରମ୍ବାର ଅସ୍ୱୀକାର କରିଚାଲିଛି।

Related posts

ସରକାରୀ କ୍ୱାର୍ଟରରେ ରହିବେ ଉଦ୍ଧବ

mahabharatanews

ସୁପ୍ରିମକୋର୍ଟରେ ଓମାରଙ୍କ ଅଟକ ମାମଲା

mahabharatanews

ଗୋଆ ପୂର୍ବତନ ମନ୍ତ୍ରୀଙ୍କ ପରଲୋକ

mahabharatanews