ଓଡିଶା

ତୁରୁମୁଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପାଇଲା କାୟାକଳ୍ପ ପୁରସ୍କାର

ବିଜୟ କାରୁଆ/ ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନସ୍ଥ ତୁରୁମୁଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଦିଆଯାଇ କାୟାକଳ୍ପ ପୁରସ୍କାର । ଶୁକ୍ରବାର କେନ୍ଦୁଝର ଜିଲ୍ଲାପାଳ କାର୍ୟ୍ୟାଳୟର ଦରବାର ହଲରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ୍ ଠାକରେ ଜିଲ୍ଲା ଚିକିତ୍ସାଧିକାରୀ ଅଶୋକ କୁମାର ଦାଶ, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ନଗଦ ୫୦ ହଜାର ଟଙ୍କା ସହିତ ଟ୍ରଫି ଏବଂ ମାନପତ୍ର ପ୍ରଦାନ କରିଥିଲେ । ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରାପ୍ରାପ୍ତ ଅଧିକାରୀ ଡ଼ଃ ଶୁଭେନ୍ଦୁ ସାଗର କୁମାର ନାୟକ ଉପସ୍ଥିତ ରହି ଏହି ପୁରସ୍କାର ଗ୍ରହଣ କରିଥିଲେ। ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବି.ପି.ଏମ୍ ଦିପକ କୁମାର ନାଏକ ଉପସ୍ଥିତ ଥିଲେ।

Related posts

ଅସ୍ଥାୟୀ ଶିବିର କରି ଗାଡି ଯାଞ୍ଚ୍ କରୁଛି ପୁଲିସ

mahabharatanews

ବମକେଇ ଗାଁ ୭ ଦିନ ପାଇଁ ସଟଡାଉନ

mahabharatanews

ଆଜି ସୁସ୍ଥ ହେଲେ ଆଉ ୧୨୦ ଆକ୍ରାନ୍ତ

mahabharatanews