ଓଡିଶା

କଣିହାଁ ପୁଲିସ୍ ପୃଥକ ପୃଥକ ମାମଲାରେ ୪ ଜଣ ଅଭିଯୁକ୍ତ କୋର୍ଟ ଚାଲଣ

(କଣିହାଁ/ଜ୍ୟୋତିରଂଜନ ଧର) : ଅନୁଗୋଳ ଜିଲ୍ଲା ତାଳଚେର ଉପଖଣ୍ଡ କଣିହାଁ ଥାନା ପୁଲିସ୍ ପୃଥକ ପୃଥକ ମାମଲାରେ ୪ଜଣ ଅଭିଯୁକ୍ତକୁ ଶନିବାର ଗିରଫ କରି କୋର୍ଟ ଚାଳାନ କରିଛି । ସେମାନେ ହେଲେ କଣିହାଁ ଥାନା ବଡଗୁଣ୍ଡରି ପଂଚାୟତ ସ୍ଥିତ ବଇଣ୍ଡା ଗ୍ରାମର ଆର୍ତ ବେହେରା, କ୍ଷୀର ବେହେରା ଓ ଟୁନା ବେହେରା । ଏହି ସମସ୍ତ ଅଭିଯୁକ୍ତକୁ ଶୁକ୍ରବାର ମାଡପିଟ୍ ଅଭିଯୋଗକୁ ଆଧାର କରି ଥାନାରେ ଉଭୟ ପକ୍ଷରୁ ପୃଥକ୍ ପୃଥକ୍ ଦୁଇଟି ମାମଲା ରୁଜୁ କରାଯାଇଛି । ପୁଲିସ୍ ସୂତ୍ରରୁ ପ୍ରକାଶ ଯେ, ଟୁନାର ଅଭିଯୋଗ କ୍ରମେ ଆର୍ତ ଓ କ୍ଷୀର ଅଭିଯୁକ୍ତ ଦ୍ୱୟକୁ ପୁଲିସ୍ ଗିରଫ କରିଥିବା ବେଳେ ଟୁନା ବିରୋଧରେ କ୍ଷୀର ପାଲଟା ଅଭିଯୋଗ ଆଣିବା ପରେ ସମସ୍ତଙ୍କୁ ରେ ଗିରଫ ହୋଇଥିବା ପୁଲିସ୍ କହିଛି ।

ସେହିପରି ଧମକ ଚମକ ସହିତ ଗାଳିଗୁଲଜ କରି ଚାନ୍ଦା ବଟି ମାଗିବା ଅଭିଯୋଗ କ୍ରମେ ମସୁଣିହତା ଗ୍ରାମର ଶିବାଜୀ ନାଏକକୁ ଗିରଫ କରି ଆଜି କୋର୍ଟ ଚାଳାଣ କରିଛି । ପୁଲିସ୍ ସୂଚନା ମୁତାବକ, ତାଳପଦା ପଂଚାୟତ କିଆଝାର ଗାଁର ସୁମନ୍ତ ନାଏକଙ୍କ ଏନଟିପିସି ଆସପଣ୍ଡରେ ଗାଡି ନିୟୋଜିତ ହୋଇଛି । ଗତକାଲି ସୁମନ୍ତଙ୍କୁ ଅଭିଯୁକ୍ତ ଶିବାଜୀ ଧମକଚମକ ଦେଇ ଦାଦାବଟି ମାଗିବା ନେଇ ଥାନାରେ ମାମଲା ରୁଜୁ ପରେ କଣିହାଁ ପୁଲିସ୍ ତଦନ୍ତ କରି ଆଜି ଶୀବାଜୀକୁ ଗିସରଫ କରି କୋର୍ଟ ଚାଳାଣ କରିଛି ।

Related posts

ମଙ୍ଗଳବାର ଯାଏଁ ଗୃହ ମୁଲତବୀ 

mahabharatanews

ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲର ନୂଆ ଅଧ୍ୟକ୍ଷ ହେଲେ ଏଲଏନ ଦାଶ

mahabharatanews

କୋଟଗଡ ବ୍ଲକରେ ପ୍ରଥମ କୋରୋନା ପଜିଟିଭ ଚିହ୍ନଟ

mahabharatanews