ଓଡିଶା

କଣିହାଁ ପୁଲିସ୍ ପୃଥକ ପୃଥକ ମାମଲାରେ ୪ ଜଣ ଅଭିଯୁକ୍ତ କୋର୍ଟ ଚାଲଣ

(କଣିହାଁ/ଜ୍ୟୋତିରଂଜନ ଧର) : ଅନୁଗୋଳ ଜିଲ୍ଲା ତାଳଚେର ଉପଖଣ୍ଡ କଣିହାଁ ଥାନା ପୁଲିସ୍ ପୃଥକ ପୃଥକ ମାମଲାରେ ୪ଜଣ ଅଭିଯୁକ୍ତକୁ ଶନିବାର ଗିରଫ କରି କୋର୍ଟ ଚାଳାନ କରିଛି । ସେମାନେ ହେଲେ କଣିହାଁ ଥାନା ବଡଗୁଣ୍ଡରି ପଂଚାୟତ ସ୍ଥିତ ବଇଣ୍ଡା ଗ୍ରାମର ଆର୍ତ ବେହେରା, କ୍ଷୀର ବେହେରା ଓ ଟୁନା ବେହେରା । ଏହି ସମସ୍ତ ଅଭିଯୁକ୍ତକୁ ଶୁକ୍ରବାର ମାଡପିଟ୍ ଅଭିଯୋଗକୁ ଆଧାର କରି ଥାନାରେ ଉଭୟ ପକ୍ଷରୁ ପୃଥକ୍ ପୃଥକ୍ ଦୁଇଟି ମାମଲା ରୁଜୁ କରାଯାଇଛି । ପୁଲିସ୍ ସୂତ୍ରରୁ ପ୍ରକାଶ ଯେ, ଟୁନାର ଅଭିଯୋଗ କ୍ରମେ ଆର୍ତ ଓ କ୍ଷୀର ଅଭିଯୁକ୍ତ ଦ୍ୱୟକୁ ପୁଲିସ୍ ଗିରଫ କରିଥିବା ବେଳେ ଟୁନା ବିରୋଧରେ କ୍ଷୀର ପାଲଟା ଅଭିଯୋଗ ଆଣିବା ପରେ ସମସ୍ତଙ୍କୁ ରେ ଗିରଫ ହୋଇଥିବା ପୁଲିସ୍ କହିଛି ।

ସେହିପରି ଧମକ ଚମକ ସହିତ ଗାଳିଗୁଲଜ କରି ଚାନ୍ଦା ବଟି ମାଗିବା ଅଭିଯୋଗ କ୍ରମେ ମସୁଣିହତା ଗ୍ରାମର ଶିବାଜୀ ନାଏକକୁ ଗିରଫ କରି ଆଜି କୋର୍ଟ ଚାଳାଣ କରିଛି । ପୁଲିସ୍ ସୂଚନା ମୁତାବକ, ତାଳପଦା ପଂଚାୟତ କିଆଝାର ଗାଁର ସୁମନ୍ତ ନାଏକଙ୍କ ଏନଟିପିସି ଆସପଣ୍ଡରେ ଗାଡି ନିୟୋଜିତ ହୋଇଛି । ଗତକାଲି ସୁମନ୍ତଙ୍କୁ ଅଭିଯୁକ୍ତ ଶିବାଜୀ ଧମକଚମକ ଦେଇ ଦାଦାବଟି ମାଗିବା ନେଇ ଥାନାରେ ମାମଲା ରୁଜୁ ପରେ କଣିହାଁ ପୁଲିସ୍ ତଦନ୍ତ କରି ଆଜି ଶୀବାଜୀକୁ ଗିସରଫ କରି କୋର୍ଟ ଚାଳାଣ କରିଛି ।

Related posts

ପର୍ଯ୍ୟଟନ ସମ୍ଭାରର ପ୍ରଚାର ପାଇଁ ଖର୍ଚ୍ଚ ହୋଇଛି ୧୧୭ କୋଟି ଟଙ୍କା

mahabharatanews

ଅଗଷ୍ଟ ମାସରେ ୧୮ ଦିନ ବନ୍ଦ ରହିବ ବ୍ୟାଙ୍କ

mahabharatanews

ନବମ ଦିନରେ ପ୍ରଭୁ ଶ୍ରୀଅଲାରନାଥଙ୍କ ଦର୍ଶନ

mahabharatanews