ଅପରାଧ

ବାଘ ଛାଲ ବିକ୍ରି ବେଳେ ଏସଟିଏଫ ହାତରେ ଅଭିଯୁକ୍ତ

ଭୁବନେଶ୍ୱର: ବିଶେଷ ସୂତ୍ରରୁ ସୂଚନା ପାଇ ଏସଟିଏଫ ପକ୍ଷରୁ ନୟାଗଡ ଜିଲ୍ଲା ରଣପୁର ଥାନା ଅଧୀନ ସାନ ମଣିନାଗ ଜଙ୍ଗଲରେ ଚଢାଉ କରାଯାଇ ଚିତାବାଘ ଛାଲ ଓ ଜୀବଙ୍କ ହାଡ ଜବତ କରାଯାଇଛି । ଗତକାଲି ସାନ ମଣିଜଙ୍ଗା ଜଙ୍ଗଲରେ ଚିତାବାଘ ଛାଲ ଓ ବାଘ ହାଡ ବିକ୍ରି ହେଉଥିବା ନେଇ ଏକ ସୂଚନା ଏସଟିଏଫକୁ ମିଳିଥିଲା । ଏହାପରେ ଏସଟିଏଫ ଚଢାଉ କରି ଜଣେ ବ୍ୟକ୍ତି ବାଘ ଛାଲ ଓ ପଶୁଙ୍କ ହାଡ ବିକ୍ରି କରୁଥିବା ବେଳେ ସେସବୁ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲା । ଅଭିଯୁକ୍ତ ହେଲା ନୟାଗଡ ଜିଲ୍ଲା ଚାନ୍ଦିପୁର ଥାନା ଅଧୀନ ଜାମୁଗଣ୍ଡା ଗ୍ରାମର ଲକ୍ଷ୍ମୀଧର ନାୟକ(୩୬) । ତାଠାରୁ ଏସଟିଏଫ ଦୁଇଟି ଚିତା ବାଘର ଛାଲ ଓ ଜୀବଜନ୍ତୁଙ୍କ ହାଡ ଜବତ କରିଛି । ତାକୁ ଆଜି କୋର୍ଟ ଫୱର୍ାଡ କରାଯାଇଛି । ସେସବୁ ଜବତ ଛାଲ ଓ ହାଡକୁ ୱାଇଲ୍ଡ ଲାଇଫ ଇନ୍ଷ୍ଟିଚ୍ୟୁଟ ଅଫ ଇଣ୍ଡିଆ, ଡେରାଡୁନକୁ ପରୀକ୍ଷା ପାଇଁ ପଠାଯିବ । ଏହି ମାମଲାରେ ତଦନ୍ତ ଜାରି ରହିଛି । ଏହି କାର୍ଯ୍ୟରେ ଆଉ ଅନେକ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି ।

Related posts

ସ୍ତ୍ରୀ ଓ ଝିଅଙ୍କ ଅନୈତିକ କାର୍ଯ୍ୟରେ କଣ୍ଟା ସାଜିବାରୁ ପରିବାର ମୁଖିଆଙ୍କୁ ହତ୍ୟା, ଆତ୍ମସପର୍ମଣ କଲେ ହତ୍ୟାକାରୀ

mahabharatanews

ଗାଡ଼ି ଚଳାଚଳ ବନ୍ଦ, କେମିତି ଚଳିବେ ଅଟୋ ଚାଳକ

mahabharatanews

ଭିଜିଲାନ୍ସ ଜାଲରେ ଆଇଟିଡିଏ ସହକାରୀ ଯନ୍ତ୍ରୀ

mahabharatanews