(ସୂର୍ୟ୍ୟକାନ୍ତ ବେହେରା, ମାଲକାନଗିରି): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ରାଜଲକୋଣ୍ଡା ଠାରୁ ଆନ୍ଦ୍ରପ୍ରଦେଶର ପିଲିଗୁଡା ଗ୍ରାମପର୍ୟ୍ୟନ୍ତ ମାତ୍ର ୭କିଲୋମିଟର ରାସ୍ତା ଓଡିଶା ଆନ୍ଦ୍ରପ୍ରଦେଶ ସୀମାନ୍ତରେ ଥିବାରୁ କିଏ ଏହି ରାସ୍ତାନାର୍ମାଣ କରିବ ସେନେଇ ବାଦବିବାଦ ଯୋଗୁଁ ମୁଖ୍ୟ ସୀମାନ୍ତ ରାଜପଥଟି ଅତ୍ୟନ୍ତ କଦର୍ୟ୍ୟ ହୋଇପଡିଛି । ଏହି ରାସ୍ତା ଦେଇ ପ୍ରତିଦିନ ଓଡିଶା ଓ ଆନ୍ଦ୍ରପ୍ରଦେଶକୁ ଶତାଧିକ ଯାନ ବାହନ ଚଳ ପ୍ରଚଳ କରିଥାଏ । ଚିତ୍ରକୋଣ୍ଡା ଠାରୁ ବିଶାଖାପାଟଣା ସହର ମାତ୍ର ୧୮୦କିଲୋମିଟର ଦୂର ହୋଇଥିବା ବେଳେ ବିଜୟନଗରମ, ଭଦ୍ରାଚଳମ, ଖମାମ, ରାଜମେନ୍ଦ୍ର, ହାଇଦ୍ରାବାଦ ଆଦି ସହରର ଦୂରତା କମ ପଡିବ । ଓଡିଶା ସରକାର ଚିତ୍ରକୋଣ୍ଡା ବ୍ଲକ ଆନ୍ଧ୍ରସୀମାନ୍ତ ରାଜଲକୋଣ୍ଡା ପର୍ୟ୍ୟନ୍ତ ଜାତୀୟରାଜପଥ ନିର୍ମାଣ କରିଦେଇଥିବା ବେଳେ ଆନ୍ଧ୍ରପ୍ରଦେଶ ସରକାର ସିଲେରୁ ପିଲିଗୁଡା ପର୍ୟ୍ୟନ୍ତ ରାସ୍ତାନିର୍ମାଣ କରିଛନ୍ତି ।
ଆନ୍ଧ୍ରପ୍ରଦେଶ ଓଡିଶା ସୀମାନ୍ତ ରାଜଲକୋଣ୍ଡା ଠାରୁ ପିଲିଗୁଡା ପର୍ୟ୍ୟନ୍ତ ମାତ୍ର ୭କିଲୋମିଟର ରାସ୍ତା ପ୍ରତି କେହି ଗୁରୁତ୍ୱ ଦେଉନଥିବାରୁ ଏହି ରାସ୍ତଟିରୁ ପଥର ବାଲି ବାହାରି ପଡି ରାସ୍ତା ମଝିରେ ବଡ ବଡ ଖାଲ ହୋଇ ଅତ୍ୟନ୍ତ କଦର୍ୟ୍ୟ ହୋଇପଡିଥିବାରୁ ଯାନ ବାହନଚଳାଚଳରେ ବାଧା ସୃଷ୍ଟି ହେଉଛି । ଏହି ରାସ୍ତ ନିର୍ମାଣ ପାଇଁ ଚିତ୍ରକୋଣ୍ଡା ଅଚଂଳବାସୀ ବହୁଥର ସରକାରଙ୍କ ନିକଟରେ ଦାବିକରି ଆସୁଥିଲେ ମଧ୍ୟ ଓଡିଶା କିମ୍ବା ଆନ୍ଧ୍ର ସରକାର କେହି ଗୁରୁତ୍ୱ ଦେଉନଥିଲେ । ଏହି କଥା ଜାଣିବା ପରେ ନବରଙ୍ଗପୁର ସାଂସଦ ରମେଶଚନ୍ଦ୍ର ମାଝୀ ରାଜଲକୋଣ୍ଡା ପିଲିଗୁଡା ଗ୍ରାମ ଗସ୍ତକରି ସୀମାନ୍ତ ରାସ୍ତାର ଦୟନୀୟ ଅବସ୍ଥା ଦେଖିଥିଲେ । ଶୁକ୍ରବାର ଦିନ ନବରଂଗପୁର ସାଂସଦ ରମେଶଚନ୍ଦ୍ର ମାଝୀ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଚିଠିଲେଖି ଚିତ୍ରକୋଣ୍ଡା ବ୍ଲକର ରାଜଲକୋଣ୍ଡା ଆନ୍ଦ୍ରପ୍ରଦେଶର ପିଲିଗୁଡା ଗ୍ରାମପର୍ୟ୍ୟନ୍ତ ୭କିଲୋମିଟର ରାସ୍ତାନିର୍ମାଣ କରିବା ନିମନ୍ତେ ଅନୁରୋଧ କରିଛନ୍ତି । ସାଂସଦ ଶ୍ରୀ ମାଝୀ ଏହି ଚିଠି ମାଧ୍ୟମରେ ଜଣାଇଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ଓ ଆନ୍ଦ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଙ୍କ ଆପୋଷ ବୁଝାମଣା ଭିତିରରେ ଏହି ସୀମାନ୍ତ ୭କିଲୋମିଟର ରାସ୍ତାଟି ନିର୍ମାଣ ହୋଇଗଲେ ଦୁଇରାଜ୍ୟର ବ୍ୟବସାୟ କ୍ଷେତ୍ରରେ ଉନ୍ନତି ଘଟିବା ସହିତ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ବିଶାଖାପାଟଣା ସହରକୁ ୧୨୦କିଲୋମିଟର ଦୂରତା କମିଯିବ ।