ଓଡିଶା

ବଡ ଭାଇକୁ ହତ୍ୟା କରି ପୋତିଥିଲା ସାନ ଭାଇ

(ଜଳେଶ୍ୱର/ ଅଜିତ ସାହୁ): ଭାଇ ସାଜିଲା ସୈତାନ। ନିଜ ରକ୍ତର ଭାଇ କି ହତ୍ୟା କଲା ଭାଇ। କେବଳ ହତ୍ୟା ନୁହଁ, ହତ୍ୟା କରି ଚାରି ଦିନ ପର୍ୟ୍ୟନ୍ତ ମାଟି ତଳେ ପୋତି ରଖିଥିଲା ମୃତ ଶରୀରକୁ । ଏଭଳି ଅଭାବ ନିୟ ଘଟଣା ଘଟିଛି, ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ବାସୁଚକୁରାଇ ଗ୍ରାମରେ। ଅଭିଯୋଗ ଅନୁଯାୟୀ ଗତ ୧୦ ତାରିଖ ଦିନ କୌଣସି କଥାକୁ କେନ୍ଦ୍ର କରି ଦୁଇ ଭାଇଙ୍କ ଭିତରେ ବଚସା ହୋଇଥିଲା। ଏହାକୁ କେନ୍ଦ୍ର କରି ସାନଭାଇ ଟାନା ହେମ୍ବ୍ମ ତାର କିଛି ସହଯୋଗୀଙ୍କ ସହ ମିଶି ବଡ ଭାଇ ରୋହିତ ହେମ୍ବ୍ରମକୁ ପିଟି ପିଟି ହତ୍ୟା କରି ନିକଟରେ ଥିବା ଜମିରେ ମୃତ ରୋହିତର ଶବକୁ ଅଖାରେ ଭର୍ତ୍ତି କରି ପୋତି ଦେଇଥିଲା । ଗୋଟିଏ ପଟେ ରୋହିତ ନିଖୋଜ ଥିବା ବେଳେ , ଜମିରୁ ଦୁର୍ଘନ୍ଦ ଗ୍ୟାସ ଗ୍ରାମ ବାସିଙ୍କ ମନରେ ସନ୍ଦେହ ସୃଷ୍ଟି କରିଥିଲା। ସାନଭାଇ ଟାନା କୁ ଗ୍ରାମ ବାସି ପଚରାଉଚରା କରିବାରୁ, ହତ୍ୟାକାଣ୍ତ ଘଟାଇ ଥିବା ଘଟଣାକୁ ସ୍ବିକାର କରିଥିଲା। ଖବର ପାଇ ବସ୍ତା ପୋଲିସ ଏବଂ ସାଇଣ୍ଟିଫିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ମାଟି ତଳୁ ଶବ ଉଦ୍ଧାର କରିବା ସହିତ, ଟାନା ସହିତ ଅନ୍ୟ ୫ ଜଣକୁ ବସ୍ତା ପୋଲିସ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି।

Related posts

ସୁବର୍ଣ୍ଣପୁରରେ ନୂତନ ଜିଲ୍ଲାପାଳ ଯୋଗଦେବା ପରେ ଚଳଚଞ୍ଚଳ ହୋଇଛି ସମସ୍ତ ସରକାରୀ କାର୍ଯ୍ୟାଳୟ…

mahabharatanews

୧୯ରେ ମୟୁରଭଞ୍ଜ ବନ୍ଦ ଡାକରା

mahabharatanews

୧୩ ତାରିଖ ବନ୍ଦ ରହିବ ୟୁନିିଟ-୧ ମାର୍କେଟ

mahabharatanews