Uncategorized

ସୀମାନ୍ତରେ ସୃଷ୍ଟ ଉତ୍ତେଜନାକୁ ନେଇ ସର୍ବଦଳୀୟ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଲଦାଖରେ ଭାରତୀୟ ସେନା ଓ ଚୀନ୍‌ ସେନାଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ୨୦ ଜଣ ଯବାନ ସହିଦ ହୋଇଥିବା ବେଳେ ଚୀନର ୪୩ ଯବାନ ମୃତ୍ୟୁବରଣ କରିଥିବା ଚୀନ ଦାବି କରୁଛି । ଏହି ସଂଘର୍ଷକୁ ନେଇ ଭାରତ ଚୀନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଏହକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି।
ଉଲ୍ଲେଖଯୋଗ୍ୟ, ଗତ କିଛି ଦିନ ହେବ ଭାରତ- ଚୀନ୍‌ ସୀମାରେ ଉତ୍ତେଜନା ଲାଗିରହିଥିଲା । ସୋମବାର ରାତିରେ ଭାରତୀୟ ସେନାର ଏକ ପାଟ୍ରୋଲିଂ ଦଳ ଗାଲୱାନ୍‌ ନଦୀ ଉପତ୍ୟକାରେ ଥିବା ଚୀନ୍‌ ସେନାର ଏକ ତମ୍ବୁ ହଟାଇବାକୁ ଯାଇଥିବା ବେଳେ ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ୨୦ ଜଣ ଭାରତୀୟ ସେନା ଯବାନ ସହିଦ ହୋଇଥିଲେ ଓ ଚୀନର ୪୩ ଯବାନ ମଧ୍ୟ ମୃତ୍ୟୁବରଣ କରିଥିବା ଚୀନ କହୁଛି । ଏହି ଘଟଣାକୁ ନେଇ କଂଗ୍ରେସ ତୀବ୍ର ପ୍ରତିକ୍ରିୟାଶୀଳ ହୋଇପଡିଛି ।

Related posts

ଚନ୍ଦ୍ରଯାନ-୩ ମିଶନରେ କମ ଖର୍ଚ୍ଚ ହେବ: କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ

mahabharatanews

ଚଳଚ୍ଚିତ୍ର ଅନ୍ତଧ୍ୱର୍ନିକୁ ଢାକା ମହୋତ୍ସବରେ ୨ଟି ପୁରସ୍କାର ହାସଲ

mahabharatanews

ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ଓସ୍ତ

mahabharatanews