ଓଡିଶା

ସୁରତ ଫେରନ୍ତାଙ୍କୁ ଘାରିଛି ଜୀବିକା ଚିନ୍ତା, ଦିନ କାଟୁଛନ୍ତି ଦ୍ୱନ୍ଦରେ

ରଜନୀକାନ୍ତ ପାତ୍ର/ହିଂଜିଳିକାଟୁ: ମହାମାରୀ କରୋନା ସହ ସାରା ବିଶ୍ୱ ଲଢେ଼ଇ କରୁଛି। ତେଣୁ ଦେଶରେ ସାମ୍ପ୍ରତିକ ପରିସ୍ଥିତିରେ ଲକ ଡ଼ାଉନ ଘୋଷଣା ହୋଇଛି।ଦେଶର ସବୁ ସ୍ଥାନରେ କାମ ବନ୍ଦ । ରୋଜଗାର ହରାଇବା ପରେ ଏବେ ସବୁ ପ୍ରବାସୀ ଘରକୁ ବାହୁଡ଼ିଛନ୍ତି। ନିଜେ ବଞ୍ଚିଥିଲେ ଜୀବନରେ ବହୁତ କିଛି କରିହେବ।ଏଇ ଆଶା ନେଇ ଗାଁ ମୁହାଁ ହେଲେ ପ୍ରବାସୀ।

ଗୋଟେପଟେ ସୁରତ ପ୍ରବାସୀଙ୍କ ପାଇଁ ଓଡ଼ିଶାର ଗାଁ ଗଣ୍ଡା ହସି ଉଠିଛି। ଗଞ୍ଜାମ ଜିଲ୍ଲାର ପ୍ରାୟ ୭ ଲକ୍ଷ ଓଡ଼ିଆ ସୁରତରେ କାମ କରୁଛନ୍ତି।ଏହାକୁ ଦ୍ଵିତୀୟ ଓଡ଼ିଶା କହିଲେ ବି କିଛି ଭୁଲ ହେବନି।ସୁରତରେ କରୋନା ସଂକ୍ରମଣ ଭୟ ସାଙ୍ଗକୁ ସୂତାକଳ ମାଲିକଙ୍କ ମାନସିକ ଓ ଶାରୀରିକ ପ୍ରହାର ସବୁବେଳେ ବ୍ୟତିବ୍ୟସ୍ତ କରୁଥିବା ଅଭିଯୋଗ ବି ହୋଇଛି। ପ୍ରବାସୀଙ୍କ କାରିଗରୀ କୌଶଳ ଗଞ୍ଜମ ଜିଲ୍ଲାରେ ସୁନାମ ଅର୍ଜନ କରିଛି। ଏବେ ଗାଁକୁ ଫେରିଥିବା ପ୍ରବାସୀ ଭିଟାମାଟିରେ ପରିବାର ବର୍ଗ ସହ ରହି କିଛି କାମ କରିବା ସହ ପରିବାର ପ୍ରତିପୋଷଣ କରିବାକୁ ଇଚ୍ଛା କରୁଛି । ସୁରତରେ ପ୍ରାୟ ୧୦ ବର୍ଷ ସୂତାକଳରେ କାମ କରୁଥିବା ବେଳେ ଆଉ ସୁରତ ଯିବାକୁ ଇଚ୍ଛା ନାହିଁ ।ଏହା ବ୍ୟତୀତ ସରକାର ବ୍ୟାଙ୍କ ଋଣ ମାଧ୍ୟମରେ ତନ୍ତ ଯୋଗାଣ କିମ୍ବା ସବସିଡ଼ି ଛାଡ଼ କଲେ ନିଜ ଭିଟାମାଟିରେ ଆତ୍ମ ନିର୍ଭରଶୀଳ ହେଇପାରିବୁ ବୋଲି ଉପର ରେଗିଡ଼ି ସାହିର ସୁରତ ଫେରନ୍ତା ବଳରାମ ଗୌଡ଼ ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ପ୍ରାୟ ୨ ଲକ୍ଷ ଓଡ଼ିଆ ସୁରତରେ ଶ୍ରମିକ ରୂପେ କାର୍ୟ୍ୟ କରି ଆସୁଛନ୍ତି। ବର୍ତ୍ତମାନ କିଛି ସୂତାକଳ ଆରମ୍ଭ ହୋଇଥିବା ବେଳେ ମାଲିକମାନେ ଟିକଟ ଦେବାର ଲୋଭ ଦେଖାଇ ପୁଣି ନିଜ ପାଖକୁ ନେବାକୁ ପ୍ରୟାସ ଆରମ୍ଭ କଲେଣି।

୧୯୮୦/୮୧ ମସିହାରେ ଏକ ସୂତାକଳ ହିଂଜିଳି ପରିବର୍ତ୍ତେ ଆସିକାରେ ସ୍ଥାପନ କରାଯାଇଥିଲା।ଏହି ସୂତାକଳ ପୂର୍ବତନ ସାଂସଦ ରାମଚନ୍ଦ୍ର ରଥଙ୍କ ଅମଳରେ ହୋଇଥିଲା।ପରେ ସୂତାକଳଟିକୁ ଚଳାଇବା ସମ୍ଭବପର ନ ହେବା ଯୋଗୁଁ ଏହା ବିକ୍ରି ହୋଇଯାଇଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ୧୯୯୮/୯୯ ମସିହାରେ କଂଗ୍ରେସ ସରକାର ସମୟରେ ପାୱାରଲୁମ ଓ ସୂତାକଳ ଶାଗ ମାଛ ଦରରେ ବିକ୍ରି ହୋଇଥିଲା। ତା’ ପରେ ଆରମ୍ଭ ହୋଇଯାଇଥିଲା ବୁଣାକାର ପରିବାରର ବେଦନା। ଆର୍ଥିକ ଅନଟନ ଭିତରେ କାଳାତିପାତ କଲେ । ଫଳରେ ଏମାନଙ୍କୁ ରାଜ୍ୟ ବାହାରକୁ ଯିବାକୁ ପରିସ୍ଥିତି ବାଧ୍ୟ କରିଥିଲା। ପରେ ଗଞ୍ଜାମରୁ ଶତକଡ଼ା ୮୦ ଭାଗ ଲୋକ ସୁରତ ମୁହାଁ ହେଲେ । ଉପାର୍ଜନ ଅର୍ଥର କିଛି ପଇସା ଘରକୁ ପଠାଇ ସେଠାରେ ବସତି ସ୍ଥାପନ କଲେ ।

କିନ୍ତୁ ମହାମାରୀ ସବୁ ବିଗାଡ଼ି ଦେଇଥିଲା। ରାଜ୍ୟ ବାହାର ସୁରତକୁ ଯିବାକୁ ଏବେ ସେମାନଙ୍କ ମନ ଉଣା । କେବଳ ସରକାରୀ ଉଦ୍ୟମକୁ ସମସ୍ତେ ଚାତକ ଭଳି ଚାହିଁ ବସିଛନ୍ତି। ଗଞ୍ଜାମ ଜିଲ୍ଲାରେ ବୁଣାକାର ପରିବାର ପ୍ରାୟ ୧୨ ହଜାର ଅଛନ୍ତି। ପ୍ରତ୍ୟେକ ସୁରତ ଶ୍ରମିକଙ୍କୁ ୨ଟି ଲେଖାଏଁ ତନ୍ତ ଯୋଗାଇ ଦେଲେ ସେମାନେ ହୁଏତ ଆଉ ସୁରତ ଯାଇ ନ ଥାନ୍ତେ।ମୁଖ୍ୟମନ୍ତ୍ରୀ ଗତ ୨୦ ବର୍ଷ ଧରି ଏଠି ପ୍ରତିନିଧିତ୍ୱ କରୁଥିବାରୁ ତାଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଏକ ସୂତାକଳ ପ୍ରତିଷ୍ଠା କରିବାକୁ ସବୁ ମହଲରୁ ଦାବି ଉଠିଛି। ଅନ୍ୟପଟେ ଗଞ୍ଜମ ଜିଲ୍ଲାରେ ୭ ଲକ୍ଷ ଓଡ଼ିଆ ସୁରତରେ କାମ କରୁଥିବାରୁ ୨ ଟି ଲେଖାଏଁ ତନ୍ତ ଯୋଗାଇଥିଲେ ଜିଲ୍ଲାରେ ୧୪ ଲକ୍ଷ ତନ୍ତ ସ୍ଥାପନ ହୋଇପାରିଲେ ୨ ଲକ୍ଷ ଓଡ଼ିଆ ଆତ୍ମନିର୍ଭରଶୀଳ ହୋଇ ପାରିଥାରନ୍ତେ। ତତ୍ ସହିତ ଗଞ୍ଜାମ ଜିଲ୍ଲା ଏକ କୃଷିଭିତ୍ତିକ ଜିଲ୍ଲା ହୋଇଥିବାରୁ ଓଡ଼ିଆ ମାନେ ବୁଣିବାକାର୍ୟ୍ୟ ସହ ଚାଷ କାର୍ୟ୍ୟରେ ବି ନିୟୋଜିତ ହୋଇପାରିବେ ବୋଲି ବି.ନୂଆଁଗଡ ପ୍ରବାସୀ ଝିଲୁ ଗୌଡ଼ କହିଛନ୍ତି।

Related posts

ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି

mahabharatanews

ସଫେଇନାଳରୁ ଯୁବତୀଙ୍କ ଗଳିତ ମୃତଦେହ ଜବତ, ହତ୍ୟା ଅଭିଯୋଗ

mahabharatanews

ଆଜିଠୁ ଶ୍ରୀମନ୍ଦିରରେ ଚନ୍ଦନ ଯାତ୍ରା

mahabharatanews