Uncategorized

ଦେଶରେ ସର୍ବକାଳୀନ ରେକର୍ଡ ଭାଙ୍ଗିଲା କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣ ସର୍ବକାଳୀନ ରେକର୍ଡ ଭାଙ୍ଗି ଦେଇଛି । ଏହି ସମୟ ମଧ୍ୟରେ ୧୩ ହଜାର ୫୮୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ଆଜି ସକାଳେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୮୦ ହଜାର ୩୫୨କୁ ବୃଦ୍ଧି ପାଇଛି। ଏହା ସହିତ ଦିନକରେ ୩୩୬ ପ୍ରାଣ ହରାଇଛନ୍ତି । ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୧୨ ହଜାର ୫୭୩ରେ ପହଞ୍ଚିଛି। ୩ ଲକ୍ଷ ୮୦ ହଜାର ୩୫୨ସଂକ୍ରମିତଙ୍କ ମଧ୍ୟରୁ ୨ ଲକ୍ଷ ୪ ହଜାର ୭୧୧ ଜଣ ସୁସ୍ଥ ହୋଇଥିବା ବେଳେ ୧ ଲକ୍ଷ ୬୩ ହଜାର ୨୪୮ ରୋଗୀ ସକ୍ରିୟ ଅଛନ୍ତି ।
ମହାରାଷ୍ଟ୍ରରେ ସର୍ବାଧିକ ୧ ଲକ୍ଷ ୨୦ ହଜାର ୫୦୪ ଜଣ ସଂକ୍ରମିତ ହୋଇଥିବାବେଳେ ୫୭୫୧ ରୋଗୀ ପ୍ରାଣ ହରାଇଛନ୍ତି। ସେହିପରି ଦିଲ୍ଲୀରେ କରୋନା ଭୂତାଣୁରେ ସଂକ୍ରମିତଙ୍କ ସଂଖ୍ୟା ୪୯ ହଜାର ୯୭୯କୁ ବୃଦ୍ଧି ପାଇଛି ଓ ମୃତ୍ୟୁ ସଂଖ୍ୟା ୧୯୬୯ ହୋଇଛି। ତାମିଲନାଡୁରେ ୫୨ ହଜାର ୩୩୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୬୨୫ ଜଣଙ୍କ ମୃତ୍ୟୁ ଘଟିଛି।

Related posts

ମାର୍ଚ୍ଚ ୨୮ରୁ ଗଡିବ ରାମାୟଣ ଏକ୍ସପ୍ରେସ

mahabharatanews

ତବଲିଗି ଜମାତର ମୁଖ୍ୟ ମୌଲାନା ସାଦ୍ ଏବେ ଆଇସୋଲେସନରେ

mahabharatanews

ଜଏସର ବରିଷ୍ଠ ନେତାଙ୍କ ସହ ୨ ହାର୍ଡ କୋର କମାଣ୍ଡର ଠାବ

mahabharatanews