ଓଡିଶା

ଆଜି ରାଜଧାନୀରୁ ୭ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଆଜି ଓଡିଶାରେ ୧୬୫ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ରାଜଧାନୀ ଭୁବନେଶ୍ୱରରୁ ୭ ନୂଆ ମାମଲା ରହିଛି । ୭ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ହୋମ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ୩ ଜଣ ସ୍ଥାନୀୟ ବାସିନ୍ଦା ହୋଇଥିବା ନେଇ ବିଏମସି ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି। ଭୁବନେଶ୍ବରରୁ ହୋମ୍ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ସମସ୍ତ ୪ ଜଣ ହେଉଛନ୍ତି ରେଲୱେ କର୍ମଚାରୀ ଏବଂ ସେମାନେ ସମସ୍ତେ ଦିଲ୍ଲୀ ଫେରନ୍ତା । ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ୩ଟି କେସ ମଧ୍ୟରୁ ୨ଟି ଡୁମୁଡୁମା ହାଉସିଂ ବୋର୍ଡ କଲୋନୀର। ସେମାନଙ୍କ ମଧ୍ୟରୁ ଜଣେ ୪୫ ବର୍ଷୀୟା ମହିଳା ଏବଂ ଅନ୍ୟଜଣେ ୧୦ ବର୍ଷର ବାଳକ ବୋଲି ଜଣାପଡିଛି । ପୂର୍ବରୁ ଗଂଜାମରୁ ଫେରି କରୋନା ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂପ୍ସର୍ଶରେ ଆସି ସେମାନେ ସଂକ୍ରମିତ ହୋଇଛନ୍ତି । ଅନ୍ୟ ଜଣେ ଆକ୍ରାନ୍ତ ୩୧ ବର୍ଷୀୟ ମହିଳା ଘରୋଇ ହସ୍ପିଟାଲର କର୍ମଚାରୀ ।

Related posts

ବସ୍ତା ବ୍ଲକରେ ସୁରଭି କାର୍ଯ୍ୟକ୍ରମର ସ୍ୱତନ୍ତ୍ର ଅଭିଯାନ

mahabharatanews

ରେଳ ଲାଇନରେ ଚାଲିଗଲା ସିଗନାଲ ଯନ୍ତ୍ରୀଙ୍କ ଜୀବନ

mahabharatanews

ସୁବର୍ଣ୍ଣ ଲୋକ ମହୋତ୍ସବ ଉଦଘାଟିତ

mahabharatanews