ଓଡିଶା

ଅମାନିଆଙ୍କ ଠାରୁ ଆଦାୟ ହେଲା ୨୩ହଜାର୨୦୦ଟଙ୍କା ଜରିମାନ।

ସୂର୍ୟ୍ୟକାନ୍ତ ବେହେରା/ମାଲକାନଗିରି: କରୋନାକୁ ନେଇ ସାରା ବିଶ୍ୱ ଏବେ ଭୟଭୀତ ହୋଇପଡିଥିବା ବେଳେ ସମଗ୍ର ଦେଶରେ ଲକ ଡାଉନ ପରେ ଏବେ କିଛି ଦିନହେଲା କଟକଣା ଟିକେ କୋହଳ କରିଦିଆଯାଇଛି । ଏହାର ଫାଇଦା ଉଠାଇ କିଛି ଅମାନିଆ କରୋନା କଟକଣା ମାନୁ ନାହାଁନ୍ତି । କରୋନା ସଂକ୍ରମଣ ଠାରୁ ଦୁରରେ ରହିବା ପାଇଁ ସମାଜିକ ଦୂରତ୍ୱ ରକ୍ଷାକରିବା ଓ ମାସ୍କ ବ୍ୟବହାର ପ୍ରତି ଗୁରୁତ୍ୱ ଦିଆ ଯାଉଥିବା ବେଳେ ମାଲକାନଗିରି ଜିଲ୍ଲାରେ କିଛି ଅମାନିଆ ବିନା ମାସ୍କରେ ବଜାରଘାଟ ବୁଲୁଥିବାର ଦେଖିବାକୁ ମିଳୁଛି । ଇତିମଧ୍ୟରେ ମାଲକାନଗିରି ଜିଲ୍ଲାରେ ୪୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି । ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଲକଡାଉନ ନିୟମ ପ୍ରତି ଗୁରୁତ୍ୱ ଦିଆଯାଇଛି । ମାସ୍କ ନ ପିନ୍ଧି ବଜାରଘାଟରେ ବୁଲୁଥିବା ଅମାନିଆଙ୍କ ଠାରୁ ଆଜି ୪ଘଟାଂ ମଧ୍ୟରେ ୨୩ହଜାର୨୦୦ଟଙ୍କା ଜରିମାନା ଆଦାୟ ହୋଇଛି ।

Related posts

ଘରକୁ ଘର ଯାଇ ପାଠ ପଢାଇଲେ ଶିକ୍ଷକ

mahabharatanews

ଗସ୍ତର ଅନ୍ତିମ ଦିନରେ ସମ୍ବଲପୁର ଯିବେ ମହାମହିମ 

mahabharatanews

ପୁଅର ଉଦ୍ଧାର ପାଇଁ ବାପାଙ୍କ କରୁଣ ପ୍ରାର୍ଥନା

mahabharatanews