Uncategorized

ସାରା ଦେଶରେ କରୋନା ପରୀକ୍ଷଣ ପାଇଁ ଗୋଟିଏ ଦର ଲାଗୁ କରିବାକୁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: କରୋନା ପରୀକ୍ଷଣ ପାଇଁ ପୂରା ଦେଶରେ ଗୋଟିଏ ଦର ସ୍ଥିର କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଦେଶର ଅଲଗା ଅଲଗା ରାଜ୍ୟରେ ଭିନ୍ନ ଭିନ୍ନ ଦାମକୁ ନେଇ କୋର୍ଟ କହିଛନ୍ତି, କେଉଁଠି କରୋନା ଟେଷ୍ଟ ୨୨୦୦ ଟଙ୍କାରେ ହେଉଛି ତ ଆଉ କେଉଁଠି ୪୫୦୦ ଟଙ୍କାରେ। ଏପରି ଭିନ୍ନ ଭିନ୍ନ ଦର ନ କରି ଗୋଟିଏ ଦାର ସ୍ଥିର କରାଯାଉ, ଯେମିତି ସମଗ୍ର ଦେଶରେ କରୋନା ଟେଷ୍ଟ ଦର ସମାନ ରହିବ। ସୁପ୍ରିମକୋର୍ଟ କରୋନା ରୋଗୀଙ୍କ ଚିକିତ୍ସା ଏବଂ ଶବର ଉଚିତ୍ ରକ୍ଷଣାବେକ୍ଷଣ ମାମଲାରେ ନିଜ ଆଡୁ ହସ୍ତକ୍ଷେପ କରି ଶୁଣାଣି କରିବା ସମୟରେ କରୋନା ଟେଷ୍ଟ ଦରକୁ ନେଇ ଏହି ଟିପ୍ପଣୀ କରିଛନ୍ତି।
ଏଥିସହ ଚିକିତ୍ସାକୁ ନେଇ ସୁପ୍ରିମକୋର୍ଟ କହିଛନ୍ତି, ବିଶେଷଜ୍ଞଙ୍କ ଦଳ ନିୟମିତ ହସ୍ପିଟାଲ ଗସ୍ତ କରନ୍ତୁ। ହସ୍ପିଟାଲ ଓ୍ଵାର୍ଡରେ ସିସିଟିଭି କ୍ୟାମେରା ଲଗାଯାଉ। ରୋଗୀଙ୍କ ଚିକିତ୍ସା ଓ ଶବଗୁଡିକର ରକ୍ଷଣାବେକ୍ଷଣ ନେଇ ଯେଉଁ ସମସ୍ୟା ରହିଛି, ତାହା ଶୀଘ୍ର ଦୂର କରାଯାଉ। ସବୁ ରାଜ୍ୟରେ ଗୋଟିଏ ନିୟମ ଲାଗୁ କରାଯାଉ।

Related posts

ଅଳେଇଚରେ ରହିଛି ଅନେକ ଔଷଧୀୟ ଗୁଣ

mahabharatanews

ଟୀକା ପ୍ରସ୍ତୁତ ପାଇଁ ଅଷ୍ଟ୍ରେଲିଆ ସରକାରଙ୍କ ଘୋଷଣା

mahabharatanews

ନେତାଜୀଙ୍କ ଜନ୍ମ ଦିନକୁ ପରାକ୍ରମ ଦିବସ ରୂପେ ପାଳନ କରିବାକୁ କେନ୍ଦ୍ରର ନିଷ୍ପତ୍ତି

mahabharatanews