ରାଜନୀତି

ରାଜ୍ୟସଭା ନିର୍ବାଚନ: ୩ ରାଜ୍ୟର ଫଳ ପ୍ରକାଶ

ନୂଆଦିଲ୍ଲୀ: ଆଠଟି ରାଜ୍ୟର ୧୯ଟି ରାଜ୍ୟସଭା ଆସନ ପାଇଁ ଶୁକ୍ରବାର ନିର୍ବାଚନ ଶେଷ ହୋଇଛି। ରାଜସ୍ଥାନର ୩ଟି ରାଜ୍ୟସଭା ଆସନ ମଧ୍ୟରୁ କଂଗ୍ରେସ ୨ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ଗୋଟିଏ ଆସନରେ ବିଜୟୀ ହୋଇଛି । ସେହିପରି ମଧ୍ୟପ୍ରଦେଶରେ ୩ଟି ଆସନ ମଧ୍ୟରୁ ବିଜେପିକୁ ୨ଟି ଆସନ ମିଳିଥିବା ବେଳେ କଂଗ୍ରେସ ଗୋଟିଏରେ ବାଜି ମାରିଛି । ସେପଟେ ଆନ୍ଧ୍ର ପ୍ରଦେଶର ୪ଟି ଯାକ ଆସନରେ ଶାସକ ଦଳ ୱାଇଆରଏସ କଂଗ୍ରେସ ବିଜୟୀ ହୋଇଛି ।
ଏହା ବ୍ୟତୀତ ଗୁଜରାଟରୁ ୪ଟି, ଝାଡଖଣ୍ଡ ୨ ଏବଂ ମଣିପୁର, ମିଜୋରାମ ଏବଂ ମେଘାଳୟରୁ ୧ଟି ଲେଖାଏ ଆସନ ପାଇଁ ମତଦାନ ଶେଷ ହୋଇଛି ।

Related posts

ରାଜ୍ୟରେ ପ୍ରତିଷ୍ଠା ହେବ ୧୨ଟି ଇସ୍ପାତ କାରଖାନା

mahabharatanews

ସମ୍ପାଦକୀୟ ମାଧ୍ୟମରେ ପିଏ ସାଙ୍ଗମାଙ୍କୁ ମନେ ପକାଇଲେ ମୁଖ୍ୟମନ୍ତ୍ରୀ

mahabharatanews

ଦୁଇ ବିଧାୟକଙ୍କ ଇସ୍ତଫା ପରେ ଆସାମ ବିରୋଧୀ ଦଳ ମାନ୍ୟତା ହରାଇଲା କଂଗ୍ରେସ

mahabharatanews