ଓଡିଶା

କରୋନା ଯୋଦ୍ଧାଙ୍କୁ ସାଂସଦ ମହେଶ ସାହୁଙ୍କ ସମ୍ବର୍ଦ୍ଧନା

(ଜ୍ୟୋତିରଞ୍ଜନ ଧର/କଣିହାଁ): କରୋନା ମହାମାରୀ ଯୋଗୁଁ ଏବେ ସାରା ବିଶ୍ୱ ଆତଙ୍କିତ । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ମାନବ ସମାଜକୁ ସୁରକ୍ଷିତ ରଖିବା ପାଇଁ ସ୍ୱାସ୍ଥ୍ୟ ବିଭାଗ, ପୋଲିସ, ସଫେଇ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧିମାନେ ପ୍ରମୁଖ ଭୂମିକା ତୁଲାଉଛନ୍ତି । ସେମାନଙ୍କର ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଇବା ସହ ମନୋବଳକୁ ଆହୁରି ସୁଦୃଢ କରିବା ପାଇଁ ଢେଙ୍କାନାଳ ସାଂସଦ ମହେଶ ସାହୁ ସେମାନଙ୍କୁ ସମ୍ବର୍ଦ୍ଧନା ଦେଇଛନ୍ତି । କରିବାକୁ ଯାଇ ନିଜ ସଂସଦୀୟ କ୍ଷେତ୍ରର ବିଭିନ୍ନ ସ୍ଥାନରେ କରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧିତ କରୁଛନ୍ତି । ମଙ୍ଗଳବାର ତାଳଚେର କୋଭିଡ୍ ହସ୍ପିଟାଲ୍ ଠାରେ କାର୍ୟ୍ୟରତ ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା ଯୋଦ୍ଧା ଭାବେ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିବା ସହ ସଫେଇ କର୍ମଚାରୀଙ୍କୁ ରାସନ ସାମଗ୍ରୀ ବଣ୍ଟନ କରିଛନ୍ତି । ଏହାସହ ଏକମାତ୍ର କୋଭିଡ୍ ହସପିଟାଲରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରିବାକୁ ଯାଇ ସାଂସଦ ଶ୍ରୀ ସାହୁ ସେମାନଙ୍କୁ ମାସ୍କ ପିନ୍ଧାଇଛନ୍ତି । । ଏହି କାର୍ୟ୍ୟକ୍ରମରେ ଅତିରିକ୍ତ ଜିଲ୍ଳାପାଳ ସନ୍ତୋଷ କୁମାର ପ୍ରଧାନ, ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ, ଜଗନ୍ନାଥ କୋଇଲା କ୍ଷେତ୍ର ମହାପ୍ରବନ୍ଧକ ଏମ୍ଜି ବ୍ରହ୍ମପୁରକର, ସେଣ୍ଟ୍ରାଲ୍ ହସ୍ପିଟାଲ୍ ସିଏମ୍ଏସ୍ ଡାକ୍ତର ମନୋଜ ବେହେରା, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡାକ୍ତର ଦିଲ୍ଳୀପ ପଟ୍ଟନାୟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ । କରୋନା ଯୋଦ୍ଧାଙ୍କୁ ସମ୍ନାନିତ କରିବା ବ୍ୟତୀତ ଢେଙ୍କାନାଳ ସାଂସଦ ଶ୍ରୀ ସାହୁ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି । ଯାତ୍ରୀ ବିଶ୍ରାମଗାର, ବ୍ରିଜ, କଲ୍ୟାଣ ମଣ୍ଡପର ଶିଳାନ୍ୟାସ କରିବା ପରେ ପାଟଲା ଠାରେ ଆୟୋଜିତ ଏକ ରକ୍ତଦାନ ଶିବିରରେ ଯୋଗ ଦେଇ ରକ୍ତଦାନ ପାଇଁ ଲୋକଙ୍କୁ ଉତ୍ସାହିତ କରିଥିଲେ ।

Related posts

ବିଜେଡିର ନିର୍ବାଚନୀ ଖର୍ଚ୍ଚ ୨୦୧୯ରେ ୨୨୮କୋଟି; ନିର୍ବାଚନ କମିଶନଙ୍କ ରିପୋର୍ଟ

mahabharatanews

ସ୍ୱାମୀର ନାରକୀୟ କାଣ୍ଡ, ବାଲଟିରେ ପିଟିପିଟି ସ୍ତ୍ରୀକୁ ହତ୍ୟା କଲା

mahabharatanews

ଟ୍ରେନ ଦୁର୍ଘଟଣା : ଶିକ୍ଷା ସହ ଚାକିରୀ ଦେବେ ସୋନୁ ସୁଦ

mahabharatanews