ଓଡିଶା

ଶ୍ରେଣୀ ଗୃହରୁ ଆଠ ଫୁଟ ଲମ୍ବା ଅଜଗର ଉଦ୍ଧାର

(ଦୀପକ ମିଶ୍ର/ଉଦଳା): ମୟୁରଭଞ୍ଜ ଜିଲ୍ଲା ଉଦଳା ବନ୍ୟାଞ୍ଚଳ ଅଧୀନରେ ଥିବା ଏକ ବିଦ୍ୟାଳୟର ଶ୍ରେଣୀ ଗୃହରୁ ବିରାଟ ଏକ ଅଜଗର ସାପ ଉଦ୍ଧାର ହୋଇଛି । ସୂଚନା ଅନୁଯାୟୀ, ଉଦଳା ବନ୍ୟାଞ୍ଚଳ ଅନ୍ତର୍ଗତ ଘୁଁଟିବଣି ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀ ଗୃହ ରେ ଏକ ଅଜଗର ସାପ ପଶିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏ ନେଇ ସ୍ଥାନୀୟ ଲୋକେ ଉଦଳା ବନବିଭାଗକୁ ଖବର ଦେଇଥିଲେ । ଏହାପରେ ଉଦଳା ବନବିଭାଗ ଟିମ୍ ଓ ସ୍ନେକ ହେଲ୍ପ ଲାଇଫ ଲାଇନର ସଦସ୍ୟ ଅଭିଜିତ ବେହେରା ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରିଥିଲେ । ଅଜଗରଟିର ଲମ୍ବ ଆଠ ଫୁଟ ହୋଇଥିବାବେଳେ ତାହା ନର ପ୍ରଜାତିର ବୋଲି ଜଣାପଡିଛି । ତେବେ ସାପଟିକୁ ଶିମିଳିପାଳ ଜଙ୍ଗଲରେ ଛାଡି ଦିଆଯାଇଥିବା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Related posts

ଧଉଳି ପାଳିବ ବିଶ୍ୱସ୍ତରୀୟ ସୁବର୍ଣ୍ଣ ଜୟନ୍ତୀ

mahabharatanews

ଭୁବନେଶ୍ବର ମହାନଗର ନିଗମରେ ୨୨ ସଂକ୍ରମିତ

mahabharatanews

ପାରାଦ୍ୱୀପରେ ରାଜ୍ୟସ୍ତରୀୟ ନାଟକ ଉତ୍ସବ “ରଙ୍ଗ ସଙ୍ଗମ-୨୦୨୦”

mahabharatanews