ବନ୍ଦା: ଆଜି ଉତ୍ତର ପ୍ରଦେଶର ସର୍ବୋଦୟ ନଗରଠରେ ଜଣେ ୨୪ ବର୍ଷୀୟ ମହିଳା ଏସିଡ ଆକ୍ରମଣର ଶିକାର ହୋଇଛନ୍ତି । ଏହି ଆକ୍ରମଣରେ ତାଙ୍କ ମୁହଁ ଓ ବେକ ପୋଡି ଯାଇଛି । ୩ ଜଣ ଲେ।।କ ଏକ ବାଇକରେ ଆସି ଯୁବତୀଙ୍କ ଉପରକୁ ଏସିଡ୍ ଫିଙ୍ଗି ଚାଲିଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି ।
ପୁଲିସ ମୁତାବକ ୨୪ ବର୍ଷୀୟା ଏହି ବିବାହିତା ମହିଳାଙ୍କର ତାଙ୍କ ସ୍ୱାମୀଙ୍କ ସହ କନ୍ଦଳ ଚାଲିଥିଲା । ସେ ବୁଧବାର ଦିନ ସିଟି ସିଓଙ୍କ ନିକଟରେ ଏଥିନେଇ ଏକ ଅଭିଯୋଗ କରି ଇ-ରିକ୍ସାରେ ଫେରୁଥିଲେ ଘରକୁ । ରିକ୍ସାରୁ ଓହ୍ଲାଇବା ସମୟରେ ତିନି ଜଣ ବାଇକ ରାଇଡର ତାଙ୍କ ଉପରକୁ ଏସିଡ ମାଡ କରି ସେଠାରୁ ପଳାଇ ଯାଇଥିଲେ । ମହିଳାଙ୍କ ବାପାଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ପ୍ରାଥମିକ ତଦନ୍ତ ରିପୋର୍ଟତା ମହିଳାଙ୍କ ସ୍ୱାମୀ ସନ୍ତ୍ରାମ ତିୱାରୀ, ନଣନ୍ଦେଇ ଜୋଗେଶ୍ୱର ସୁକଲା ଓ ଅନ୍ୟ ଜଣେ ଅପରିଚିତଙ୍କ ନାମରେ ଦାୟର ହୋଇଛି । ଏବେ ଜିଲ୍ଲା ମୁଖ୍ୟାଳୟରେ ମହିଳାଙ୍କ ଚିକିତ୍ସା ଚାଲିଛି ।
next post
