ଓଡିଶା

ଶୁଣିଲାନି ପ୍ରଶାସନ, ଗାଁ ରାସ୍ତା ତିଆରି କଲେ ଯୁବଗୋଷ୍ଠୀ

(ଜ୍ୟୋତି ରଞ୍ଜନ ଧର/କଣିହାଁ): ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ୍ ଅନ୍ତର୍ଗତ କଙ୍କିଳି ପଂଚାୟତରେ ଥିବା ନୂଆସାହି ଗାଁର ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଥିବାରୁ ଗାଁର ଯୁବଗୋଷ୍ଠୀମାନେ ବାଧ୍ୟ ହୋଇ ମରାମତି କାମ ଆରମ୍ଭ କରିଛନ୍ତି । ତେବେ ଦୀର୍ଘ ଦିନ ଧରି ଏହି ରାସ୍ତାଟି ମରାମତି ହୋଇ ପାରୁନଥିବାରୁ ଏନେଇ ପ୍ରଶାସନ ନିକଟରେ ଗୁହାରୀ କରାଯାଇଥିଲା । ଏହି ନିମ୍ନମାନର କାମ ଯୋଗୁଁ ଏହି ରାସ୍ତାର ଅବସ୍ଥା ଅତ୍ୟନ୍ତ ଖରାପ ହୋଇପଡ଼ିଥିଲା । ଖାଲଖମା ହେବା ସହ ବର୍ଷା ଦିନେ ରାସ୍ତାଟି ପାଣିରେ ବୁଡି ରହୁଥିଲା । ପାଦରେ ଚାଲି ଯିବା ତ ଦୂରର କଥା କେହି ସାଇକେଲ ବା ଗାଡିରେ ଗଲେ ଓହ୍ଲାଇ ଯିବାକୁ ପଡୁଥିଲା । ବାରମ୍ବାର ପ୍ରଶାସନକୁ ରାସ୍ତା ମରାମତି ପାଇଁ ଲିଖିତ ଅନୁରୋଧ କରିଥିଲେ ହେଁ କାମ ନ ହେବାରୁ ଗାଁର ଯୁବଗୋଷ୍ଠୀ ଏକାଠି ହୋଇ ରାସ୍ତା ମରାମତି ପାଇଁ ଅଣ୍ଟା ଭିଡିଛନ୍ତି । ଗାଁର ରାସ୍ତା ମରାମତି କାମ ହାତକୁ ନେବା ପ୍ରଶାସନର ଦାୟୀତ୍ୱ ହୋଇଥିବା ବେଳେ ଏନେଇ ତାଳଚେର ବିଡିଓଙ୍କୁ ପଚାରିବାରୁ ଏ ବିଷୟରେ ସେ କିଛି ଜାଣି ନଥିବା ଏବଂ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଥିଲେ । ବାରମ୍ବାର ଲିଖିତ ଅଭିଯୋଗ ସତ୍ତେ୍ୱ ପ୍ରଶାସନ ଠାରୁ ଆର୍ଥିକ ସହାୟତା ନ ମିଳିବାରୁ ନିଜ ଗାଁର ରାସ୍ତା ତିଆରି ପାଇଁ ଗାଁ ଯୁବକମାନେ ଆଗେଇ ଆସିଛନ୍ତି ।

Related posts

କୋଟସମଲାଇରେ ପାତାଳି ମହୋତ୍ସବ ଉଦ୍ୟାପିତ

mahabharatanews

 ଆସନ୍ତାକାଲିଠୁ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା 

mahabharatanews

ରାଜ୍ୟରେ କରୋନା ସଂଖ୍ୟା ୪୪: ରାଜଧାନୀରେ ସର୍ବାଧିକ ୩୫

mahabharatanews