ଓଡିଶା

ଶୁଣିଲାନି ପ୍ରଶାସନ, ଗାଁ ରାସ୍ତା ତିଆରି କଲେ ଯୁବଗୋଷ୍ଠୀ

(ଜ୍ୟୋତି ରଞ୍ଜନ ଧର/କଣିହାଁ): ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ୍ ଅନ୍ତର୍ଗତ କଙ୍କିଳି ପଂଚାୟତରେ ଥିବା ନୂଆସାହି ଗାଁର ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଥିବାରୁ ଗାଁର ଯୁବଗୋଷ୍ଠୀମାନେ ବାଧ୍ୟ ହୋଇ ମରାମତି କାମ ଆରମ୍ଭ କରିଛନ୍ତି । ତେବେ ଦୀର୍ଘ ଦିନ ଧରି ଏହି ରାସ୍ତାଟି ମରାମତି ହୋଇ ପାରୁନଥିବାରୁ ଏନେଇ ପ୍ରଶାସନ ନିକଟରେ ଗୁହାରୀ କରାଯାଇଥିଲା । ଏହି ନିମ୍ନମାନର କାମ ଯୋଗୁଁ ଏହି ରାସ୍ତାର ଅବସ୍ଥା ଅତ୍ୟନ୍ତ ଖରାପ ହୋଇପଡ଼ିଥିଲା । ଖାଲଖମା ହେବା ସହ ବର୍ଷା ଦିନେ ରାସ୍ତାଟି ପାଣିରେ ବୁଡି ରହୁଥିଲା । ପାଦରେ ଚାଲି ଯିବା ତ ଦୂରର କଥା କେହି ସାଇକେଲ ବା ଗାଡିରେ ଗଲେ ଓହ୍ଲାଇ ଯିବାକୁ ପଡୁଥିଲା । ବାରମ୍ବାର ପ୍ରଶାସନକୁ ରାସ୍ତା ମରାମତି ପାଇଁ ଲିଖିତ ଅନୁରୋଧ କରିଥିଲେ ହେଁ କାମ ନ ହେବାରୁ ଗାଁର ଯୁବଗୋଷ୍ଠୀ ଏକାଠି ହୋଇ ରାସ୍ତା ମରାମତି ପାଇଁ ଅଣ୍ଟା ଭିଡିଛନ୍ତି । ଗାଁର ରାସ୍ତା ମରାମତି କାମ ହାତକୁ ନେବା ପ୍ରଶାସନର ଦାୟୀତ୍ୱ ହୋଇଥିବା ବେଳେ ଏନେଇ ତାଳଚେର ବିଡିଓଙ୍କୁ ପଚାରିବାରୁ ଏ ବିଷୟରେ ସେ କିଛି ଜାଣି ନଥିବା ଏବଂ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଥିଲେ । ବାରମ୍ବାର ଲିଖିତ ଅଭିଯୋଗ ସତ୍ତେ୍ୱ ପ୍ରଶାସନ ଠାରୁ ଆର୍ଥିକ ସହାୟତା ନ ମିଳିବାରୁ ନିଜ ଗାଁର ରାସ୍ତା ତିଆରି ପାଇଁ ଗାଁ ଯୁବକମାନେ ଆଗେଇ ଆସିଛନ୍ତି ।

Related posts

Big Update : 20ଟି ପ୍ରମୁଖ ସ୍ଥାନରେ ମେଟ୍ରୋ ରେଳ ଷ୍ଟେସନ କରିବେ ସରକାର

mahabharatanews

ନାଁ ନନେଇ ପୁଣି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ବାଣ ମାରିଲେ ଶ୍ରୀମୟୀ ମିଶ୍ର

mahabharatanews

ଉଦଳା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ

mahabharatanews