Uncategorized

ଚୀନର ଏକଛତ୍ରବାଦୀ ନୀତି ବିରୋଧରେ ମୁହଁ ଖୋଲିଲା ଜାପାନ

ନୂଆଦିଲ୍ଲୀ: ଚୀନର ଏକଛତ୍ରବାଦ ନୀତି ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି । ପୂର୍ବରୁ ଆମେରିକା ଓ ବ୍ରିଟେନ ଏ ନେଇ ଚିନ୍ତା ପ୍ରକଟ କରିଥିବାବେଳେ ଏବେ ଚୀନର ପଡ଼ୋଶୀ ଦେଶ ଜାପାନ ଚିନ୍ତା ବ୍ୟକ୍ତ କରିଛି । ବିବାଦୀୟ ଦକ୍ଷିଣ ଚୀନ ସାଗର ଓ ଭାରତୀୟ ସୀମାରେ ଚୀନର କାର୍ଯ୍ୟକଳାପ ଚିନ୍ତା ସୃଷ୍ଟି କରୁଛି ବୋଲି ଜାପାନର ପ୍ରତିରକ୍ଷା ମନ୍ତ୍ରୀ ଟାରୋ କାନୋ କହିଛନ୍ତି ।
ସ୍ଥଳଭାଗରେ ନୁହେଁ, ଆକାଶ ଓ ଜଳଭାଗରେ ଚୀନର କାର୍ୟ୍ୟକଳାପ ବିପଦ ସୃଷ୍ଟି କରୁଛି । ଚୀନ ବଳପୂର୍ବକ ଦକ୍ଷିଣଚୀନ ସାଗର, ହଂକଂ, ପୂର୍ବଚୀନ ସାଗର ଓ ଭାରତୀୟ ସୀମା ନିକଟରେ ସ୍ଥିତାବସ୍ଥା ବଦଳାଇବାକୁ ଉଦ୍ୟମ କରୁଛି । ଏସବୁ ପ୍ରସଙ୍ଗଗୁଡ଼ିକୁ ଯୋଡ଼ିକରି ଦେଖିଲେ ଜାଣିହେବ ଯେ ଚୀନର ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି । ଚୀନ ପଟୁ ବିପଦ ବଢୁଥିବାରୁ ଜାପାନ ନିଜର ମିସାଇଲ ପ୍ରତିରକ୍ଷା କାର୍ୟ୍ୟକ୍ରମକୁ ପୁଣି ଥରେ ଆରମ୍ଭ କରିଦେଇଛି । ଏହା ସହିତ ଚୀନ ପଟେ ମିସାଇଲ ମୁତୟନ କରିଛି । ଅନ୍ୟପକ୍ଷରେ ସମଗ୍ର ଦକ୍ଷିଣ ଚୀନ ସାଗରକୁ ନିଜସ୍ୱ ଅଞ୍ଚଳ ବୋଲି ଘୋଷଣା କରିଛି । ଏ ଅଞ୍ଚଳରେ ବିଦେଶୀ ଜାହାଜ ଚଳାଚଳକୁ ନିଷିଦ୍ଧ କରିଛି, ଯାହା ସମସ୍ତ ଦେଶଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।

Related posts

ଶୀଘ୍ର ରାମ ମନ୍ଦିର ନିର୍ମାଣ ଆରମ୍ଭ କରିବାକୁ ଟ୍ରଷ୍ଟ ମୁଖ୍ୟଙ୍କ ଅନୁରୋଧ

mahabharatanews

ବିସ୍ଫୋରଣ ପରେ ବେରୁତରେ ଖାଦ୍ୟାଭାବ ଆଶଙ୍କା

mahabharatanews

କେନ୍ଦ୍ର ନିର୍ଦ୍ଦେଶକୁ କେଜରିୱାଲଙ୍କ ଅମାନ୍ୟ

mahabharatanews