ଓଡିଶା

ପ୍ରାଣ ହରାଇଲେ ଆଉ ଜଣେ ଆକ୍ରାନ୍ତ, ଓଡ଼ିଶାରେ କରୋନା ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି

(ମହାଭାରତ/ଭୂବନେଶ୍ୱର):ରାଜ୍ୟରେ ଶନିବାର ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ଗଞ୍ଜାମ ଜିଲ୍ଲାର ୬୮ ବର୍ଷୀୟ ପୁରୁଷ ବୋଲି ଜଣାଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି। ଗଞ୍ଜାମରେ ଏହି ସଂଖ୍ୟା ସର୍ବାଧିକ ରହିଛି । ଏଠାରେ କରୋନା ୯ ଜଣଙ୍କ ମୁଣ୍ଡ ନେଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ କରୋନା ଯୋଗୁ ପ୍ରାଣ ହରାଇଥିବା ଗଞ୍ଜାମର ବ୍ୟକ୍ତିଜଣକ ଉଚ୍ଚ ରକ୍ତଚାପ ଓ ମଧୁମେହ ପରି ରୋଗରେ ପୂର୍ବରୁ ପୀଡ଼ିତ ଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। ଏବେ ସୁଦ୍ଧା କରୋନା ମୃତ୍ୟୁରେ ଗଞ୍ଜାମ ଜିଲ୍ଲା ଆଗରେ ରହିଥିବା ବେଳେ ଖୋର୍ଦ୍ଧାରେ ୪, କଟକରେ ୩, ପୁରୀ ଓ ବରଗଡ଼ରେ ଜଣେ ଲେଖାଏଁ ପ୍ରାଣ ହରାଇ ସାରିଲେଣି । ଅନ୍ୟପଟେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୩୫୦ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୪୪୩୨ ଜଣ ସୁସ୍ଥ ହୋଇ ସାରିଲେଣି। ଏବେ ବି ରାଜ୍ୟର ବିଭିନ୍ନ ହସ୍ପିଟାଲରେ ୧୯୦୩ ଜଣ ଚିକିତ୍ସିତ ହେଉଥିବା ଜଣାଯାଇଛି।

Related posts

 ଗତ ୨୪ ଘଣ୍ଟାରେ ୮୬୮ ନୂଆ ସଂକ୍ରମିତ ଚିହ୍ନଟ, ୧୭ ମୃତ

mahabharatanews

ଜନତା କର୍ଫ୍ୟୁ: ୩ ହଜାର ୭ଶହ ଟ୍ରେନ ବାତିଲ

mahabharatanews

ଏହି ୩ ଜିଲ୍ଲାକୁ ଗଡିବ ‘ଲକ୍ଷ୍ମୀ’ ବସ୍

mahabharatanews