Uncategorized

ପଳାତକ ମେହୁଲ ଚୌକସୀ ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ ଦେଇଥିଲେ ଦାନ

ନୂଆଦିଲ୍ଲୀ: ମେହୁଲ ଚୌକସୀକୁ ବିଦେଶ ପଳାୟନ କରିବାରେ ବିଜେପି ସହଯୋଗ କରିଥିବା ନେଇ କଂଗ୍ରେସ ସର୍ବଦା କହିଆସୁଛି । କିନ୍ତୁ ବିଜେପି ପକ୍ଷରୁ ଏକ ଚର୍ଚ୍ଚିତ ଖବର ଆସୁଛି, ଯେଉଁଥିରେ କୁହାଯାଇଛି, ସୋନିଆ ଗାନ୍ଧୀଙ୍କ ଦ୍ୱାରା ପରିଚାଳିତ ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ ପିଏନବି ଋଣ ଠକେଇ ମାମଲାରେ ଫେରାର ଅଭିଯୁକ୍ତ ମେହୁଲ ଚୌକସୀ ମଧ୍ୟ ଅଘୋଷିତ ଦାନ କରିଥିବା ଏବେ ଜଣାପଡିଛି। ମେହୁଲ ଚୌକସୀ ୧୩ ହଜାର କୋଟି ଟଙ୍କା ଠକି ଫେରାର ହୋଇଯାଇଛନ୍ତି।
୨୦୧୪-୧୫ ମସିହାରେ ମେହୁଲ ଚୌକସୀ ଏହି ଆର୍ଥିକ ଦାନ କରିଥିବା ବେଳେ ନବରାଜ ଇଷ୍ଟେଟସ୍ ପ୍ରାଇଭେଟ ଲିମିଟେଡ ନାମରେ ଏହା ଦିଆଯାଇଛି। କମ୍ପାନୀର ନିର୍ଦ୍ଦେଶକଙ୍କ ମଧ୍ୟରେ ମେହୁଲ ଚୌକସୀ ଅନ୍ୟତମ ଥିଲେ। ପିଏନବି ଆର୍ଥିକ ଅନିୟମିତତାରେ ନିରବ ମୋଦି ଓ ଚୌକସୀ ୨୦୧୪ ମସିହାରେ ଫାଉଣ୍ଡେସନକୁ ଅଘୋଷିତ ଅନୁଦାନ ଦେଇଥିବା ବେଳେ ୨୦୧୮ ମସିହାରେ ସେମାନଙ୍କ ବ୍ୟାଙ୍କ ଠକେଇ ଘଟଣା ସାମ୍ନାକୁ ଆସିଥିଲା।
ଏହା ପୂର୍ବରୁ ବିଜେପି ଏକ ରିପୋର୍ଟ ଉପସ୍ଥାପନ କରିଥିଲା, ଯେଉଁଥିରେ ଚୀନ୍‌ ସରକାରଙ୍କ ପ୍ୟୁପିଲ୍ସ ଲିବରେସନ ଆର୍ମି (ପିଏଲଏ) ଦ୍ୱାରା ସ୍ଥାପିତ ଆସୋସିଏସନ ଫର ଇଣ୍ଟରନ୍ୟାସନାଲ ଫ୍ରେଣ୍ଡଲି କଣ୍ଟାକ୍ଟ (ସିଏଆଇଏଫସି) ଏହି ଫାଉଣ୍ଡେସନକୁ ଆର୍ଥିକ ସହୟତା ଦେଇଥିଲା। ଗୁଇନ୍ଦା ଗତିବିଧି ଲାଗି ସିଏଆଇଏଫସି ଆମେରିକାର ଏଫବିଆଇ ରାଡାରରେ ଥିବା ବେଳେ ତାର ଦାନ ପୂଣ୍ୟ ଏବେ ଅନ୍ତର୍ଜାତୀୟ ଚର୍ଚ୍ଚାର ବିଷୟ ପାଲଟିଛି।

Related posts

କଙ୍ଗନାଙ୍କ କାର୍ଯ୍ୟାଳୟ ଭାଙ୍ଗୁଛି ବିଏମସି

mahabharatanews

ଏନସିବିକୁ ଡିସେମ୍ବର ୨୧ ପର୍ଯ୍ୟନ୍ତ ସମୟ ମାଗିଲେ ଅର୍ଜୁନ ରାମପାଲ

mahabharatanews

ଇଫକୋ କାରଖାନାରେ ଗ୍ୟାସ ଲିକ: ୨ ମୃତ, ୧୫ ଗୁରୁତର

mahabharatanews