ଓଡିଶା

ହିଞ୍ଜିଳିରେ ପ୍ରଶାସନିକ ଅଧିକାରୀଙ୍କ ସହ କରୋନା ସମୀକ୍ଷା କଲେ ଗଞ୍ଜାମ ଜିଲ୍ଲାପାଳ

(ରଜନୀକାନ୍ତ ପାତ୍ର/ ହିଞ୍ଜିଳି): ଦେଶରେ ମହାମାରୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସେହିପରି ଓଡ଼ିଶାରେ ସର୍ବାଧିକ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ଆଗରେ ରହିଛି । ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କଟକଣା ଜାରି କରାଯାଇଛି । ବ୍ରହ୍ମପୁର ସହରକୁ ଗତ ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି । ଏହି ସମୟରେ ଗ୍ରାମାଞ୍ଚଳ ଲୋକେ ସହରାଞ୍ଚଳକୁ ନ ଆସିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଗଞ୍ଜାମରେ ଦିନକୁ ଦିନ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଜିଲ୍ଲା ପ୍ରଶାସନ ଓ ଅଧିକାରୀ ମାନେ ବିଭିନ୍ନ ଅଞ୍ଚଳ ଗସ୍ତରେ ୍ୟାଇ କରୋନା ସମୀକ୍ଷା କରି ଫେରୁଛନ୍ତି । ଶନିବାର ଗଞ୍ଜାମ ଜିଲ୍ଳାପାଳ ବିଜୟ ଅମୃତ କୁଲାଙ୍ଗେ ହଞ୍ଜିଳି ଗ୍ରସ୍ତ କରି ପଂଚାୟତ ସମିତି କାର୍ୟ୍ୟାଳୟ ପରିସରରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହ କରୋନାକୁ ନିୟନ୍ତ୍ରଣକୁ ନେଇ ଆଲୋଚନା କରିଥିଲେ । ବର୍ତମାନ ତୃତୀୟ ପର୍ୟ୍ୟାୟ ଥର୍ମାଲ ସ୍କ୍ରିନିଂ ଚାଲୁ ରହିଛି । ଏହି ସମୟରେ ରକ୍ତଚାପ, ମଧୁମେହ ଭଳି ରୋଗ ରହିଥିବା ବ୍ୟକ୍ତି ବିଶେଷଙ୍କୁ ଅଧିକ ଗୁରୁତ୍ୱ ପ୍ରଦାନ କରିବାକୁ କହିଛନ୍ତି । ଏହାସହ ବିଭିନ୍ନ ଗ୍ରାମାଂଚଳରେ ଥଣ୍ଡା, କାଶ, ଜ୍ୱର ଲକ୍ଷଣ ଥିବା ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ କରି ସଂପୃକ୍ତ ଗ୍ରାମ ପଂଚାୟତରେ ହୋଇଥିବା ୧୦/୨୦ ଶର୍ୟ୍ୟା ବିଶିଷ୍ଟ କୋଭିଡ଼ କେୟାର ହୋମରେ ଚିକିତ୍ସା ପାଇଁ ଭର୍ତି କରାଯିବାର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ କୁଲାଙ୍ଗେ ପରାମର୍ଶ ଦେଇଥିଲେ । ନମୁନା ପଜିଟିଭ ଆସିଲେ ଅଧିକ ଚିକିତ୍ସା ନିମନ୍ତେ ସେମାନଙ୍କୁ କୋଭିଡ଼ ଡ଼ାକ୍ତରଖାନାରେ ଭର୍ତି କରାଇବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଉକ୍ତ ବୈଠକରେ ଉପ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ତହସିଲଦାର ଗୋପିନାଥ କୁଅଁର, ବିଡ଼ିଓ ପ୍ରସନ କୁମାର ପାତ୍ର, ପୌର ପରିଷଦ କାର୍ୟ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ, ଉପଖଣ୍ଡ ଚିକିତ୍ସାଳୟ ଭାରପ୍ରାପ୍ତ ଚିକିତ୍ସାଧିକାରିଣୀ ଡ଼ାକ୍ତର ପ୍ରତିଭା ପାତ୍ର, ଥାନା ଆଇଆଇସି ଅଭିମନ୍ୟୁ ଦାସ, ସିଡ଼ିପିଓ ଶୁଭଶ୍ରୀ ପାତ୍ର, ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Related posts

ରାଜଧାନୀରେ ହତ୍ୟା ; ସ୍ୱାମୀ ମୃତ , ସ୍ତ୍ରୀ ଗୁରୁତର

mahabharatanews

ବେଙ୍ଗାଲୁରୁରେ ପ୍ରବାସୀଙ୍କ ଛେନାପୋଡ଼ ଦିବସ ପାଳିତ ହୋଇଯାଇଛି

mahabharatanews

ରାଜ୍ୟରେ  ୧୫୦ କ୍ୱାରେଣ୍ଟାଇନ, ୨୯ ସ୍ଥାନୀୟ କରୋନା ଚିହ୍ନଟ

mahabharatanews