(ଚିତ୍ତରଞ୍ଜନ ସାହୁ/ବରଗଡ଼): ବରଗଡ ଜିଲ୍ଲା ଅତାବିରା ଠାରେ ଚାଷୀମାନେ ପୁଣି ରାସ୍ତା ଅବରୋଧ କରିଛନ୍ତି । ଅତାବିରା ନିୟନ୍ତ୍ରିତ ବଜାର କମିଟି ଅନ୍ତର୍ଗତ ମଣ୍ଡିଗୁଡିକରେ ଧାନ ବିକ୍ରି ହୋଇ ନପାରିବା ପ୍ରତିବାଦ କରି ଅତାବିରା ଠାରେ ଚାଷୀମାନେ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଆଜି ସକାଳ ପ୍ରାୟ ୧୦ଟାରେ ଚାଷୀମାନେ ରାସ୍ତା ଉପରେ ଟ୍ରାକ୍ଟରରେ ଧାନ ବସ୍ତା ରଖି ରାସ୍ତାରୋକ କରିଛନ୍ତି। ଚାଷୀମାନଙ୍କ ଏହି ଆନ୍ଦୋଳନରେ ଅତାବିରାର ପୂର୍ବତନ ବିଧାୟକ ନିହାର ମହାନନ୍ଦ ସାମିଲ ହୋଇଛନ୍ତି । ବିଭିନ୍ନ ମଣ୍ଡିରେ ଆନ୍ଦୋଳନରତ ଚାଷୀମାନଙ୍କ ପ୍ରାୟ ୭୦ ହଜାର ପ୍ୟାକେଟ ଧାନ ପଡ଼ିରହିଛି । ଟୋକନ ନ ଥିବାରୁ ତାହା ବିକ୍ରୀ ହୋଇପାରୁନାହିଁ । ଗତକାଲି ବରଗଡ଼ ଜିଲ୍ଳାପାଳ ଅଫିସ ଆଗରେ ଚାଷୀଙ୍କ ଆନ୍ଦୋଳନ ଯୋଗୁଁ ରେଶମ, ପ୍ରଧାନପାଲି ଏବଂ ସାଲେପାଲିର ଚାଷୀଙ୍କୁ ଟୋକନ ମିଳିବା ପରେ ଧାନ ଉଠାଣ ପ୍ରକିୟା ଆରମ୍ଭ ହୋଇଛି । ତେବେ ଅନେକ ଚାଷୀଙ୍କ ଟୋକନ ଆସି ନଥିବାରୁ ଏହି ରାସ୍ତାରୋକ ଆନ୍ଦୋଳନ ଚାଲିଥିବା ଜଣାଯାଇଛି ।
previous post
