ଅପରାଧ

ପୂର୍ବ ଶତୃତାକୁ ନେଇ ମା’ ପୁଅଙ୍କୁ ମରଣାନ୍ତକ ଆକ୍ରମଣ

(ରଜନୀକାନ୍ତର ପାତ୍ର/ ହିଞ୍ଜିଳି): ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଜରଡ଼ା ଥାନା ଅଞ୍ଚଳରେ ମା’ ପୁଅଙ୍କୁ ଦୁର୍ବର୍ୃତ୍ତମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି । ତେବେ ଏଥିରେ ସେମାନେ ଆହତ ହୋଇଥିବା ବେଳେ ଏନେଇ ଜରଡା ଥାନାରେ ଅଭିଯୋଗ କରିଛନ୍ତି। ପାତ୍ରପୁର ଗାଁର ତ୍ରିବେଣୀ ମହାନ୍ତି ଓ ତାଙ୍କ ପୁଅ ସୁଶାନ୍ତ ଦିଲ୍ଲୀରୁ ଗତ ମାସ ୨୧ରେ ଫେରିବା ପରେ ସ୍ଥାନୀୟ ରାଙ୍କୁଡ଼ା ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ଥିଲେ। ସେଠାରେ ୧୪ ଦିନ ରହିବା ପରେ ରବିବାର ସକାଳୁ ସେଠାରୁ ଗୋଟିଏ କିଲୋମିଟର ଦୂରରେ ଥିବା ଗୁଣ୍ଡୁରା ଗାଁକୁ ମା’ ପୁଅ ଚାଲିଚାଲି ଯାଉଥିଲେ। ଏହି ସମୟରେ ନିଛାଟିଆ ରାସ୍ତାରେ ଏକ ବାଇକରେ ମୁଖା ପିନ୍ଧା ୨ ଯୁବକ ଆସି ସେମାନଙ୍କୁ ଆକ୍ରମଣ କରିଥିଲେ । ସେମାନଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ବେଳେ ସେଠାରେ ବିଲରେ କାମ କରୁଥିବା ଶ୍ରମିକମାନଙ୍କୁ ଦେଖି ଫେରାର ହୋଇଥିଲେ । ପୂର୍ବ ଶତୃତାକୁ କେନ୍ଦ୍ର କରି ଏଭଳି ଆକ୍ରମଣ କରାଯାଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

Related posts

ସାମାନ୍ୟ ବଚସାରୁ ଦୁଇ ଗୋଷ୍ଠି ମଧ୍ୟରେ ମରଣାନ୍ତଙ୍କ ଆକ୍ରମଣ

mahabharatanews

ବନବିଭାଗ ଟାର୍ଗେଟରେ ବେଆଇନ କରତକଳ

mahabharatanews

ଜବତ ହେଲା ୭୫ ଲିଟର ଚୋରା ମଦ

mahabharatanews