ଓଡିଶା

ପ୍ରଣବଙ୍କ ନାମରେ ମାମଲା ପ୍ରାୟୋଜିତ

ଭୁବନେଶ୍ୱର: କଥାରେ ଅଛି ସଫଳ ଲୋକର ପଛରେ ଦୁନିଆ ଗୋଡାଏ । ତେବେ ଖାଲି ଗୋଡାଏ ନାହିଁ ସଫଳତା ହାସଲ ପରେ ବ୍ୟକ୍ତି ଅନେକଙ୍କ ପାଇଁ ଦୃଷ୍ଟିକଟୁ ପାଲଟିଯାଏ । ତାର ସଫଳତା, ଲୋକପ୍ରିୟତା ଅନ୍ୟମାନଙ୍କୁ ଅସହ୍ୟ ହୁଏ । ତାର ଆଗରେ ମିଠାମିଠା କଥା କହୁଥିବା ବେଳେ ପଛରେ ତାକୁ ଖାଇରେ ପକାଇବା ପାଇଁ ଚକ୍ରାନ୍ତ କରାଯାଏ, ବିଭିନ୍ନ ମାମଲା ସହ ତାକୁ ଯୋଡାଯାଏ । ତେଣୁ ଏହି ନିୟମରୁ ବାଦ ପଡିନାହାନ୍ତି ଯାଜପୁର ବିଧାୟକ ତଥା ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।
ଯାଜପୁରର ଏକ ଦାର୍ଶନିକ ସ୍ଥାନ ପାଲଟିଥିବା କୁସୁମା ପୋଖରିରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମ ଅବସରରେ ବିଧାୟକ ସେଠାରେ ଉପସ୍ଥିତ ଥିଲେ । ଏହାକୁ ନେଇ ପ୍ରଣବଙ୍କ ନାମରେ ଅଭିଯୋଗ ହୋଇଛି । ଯାହା ଉଦ୍ଦେଶ୍ୟ ପ୍ରଣୋଦିତ । କରୋନା ରାଜ୍ୟରେ ଯେତିକି ତାର କାୟା ବିସ୍ତାର କରିବାରେ ଲାଗିଛି, ସେତିକି ସେତିକି ଏହାକୁ ନେଇ ରାଜନୀତି ହେଉଛି । କୋଭିଡ-୧୯ ନିୟମ ଉଲ୍ଲଙ୍ଘନ ଅଭିଯୋଗକୁ ନେଇ ବିଭିନ୍ନ ଦଳ ପରସ୍ପର ଉପରେ ଅଭିଯୋଗ, ମାମଲା ରୁଜୁ କରୁଛନ୍ତି । ବିଜେପିର ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନାମରେ ଏକାଧିକ ମାମଲା ରୁଜୁ କରାଯାଇଛି । ଏହା ବ୍ୟତୀତ କଂଗ୍ରେସର ନିରଞ୍ଜନ ପଟ୍ଟନାୟକଙ୍କ ନାମରେ ଅଭିଯୋଗ ହୋଇ ଜରିମାନା ଆଦାୟ ହୋଇଛି । ଏହାକୁ ନେଇ ଉଭୟ ଦଳର ସମର୍ଥକ ବିଜେଡି ଉପରେ ସେମାନଙ୍କ ରାଗ ସୁଝେଇବାକୁ ଯାଇ ପ୍ରଣବଙ୍କ ମୁଖ୍ୟମନ୍ତ୍ରୀଙ୍କ ସହ ଘନିଷ୍ଠତା ପାଇଁ ତାଙ୍କ ନାମରେ ଏକ ମାମଲା ଯାଜପୁରରେ ଦାୟର କରିଛନ୍ତି । ମହାମାରୀ ପରି ସମୟରେ ସମସ୍ତ ରାଜନେତା ଏକଜୁଟ ହୋଇ ମହାମାରୀ ବିରୋଧରେ କାର୍ଯ୍ୟକରିବାର ଆବଶ୍ୟକତା ରହିଥିବା ବେଳେ ପରସ୍ପର ପରସ୍ପର ପ୍ରତି କାଦୁଅ ଫିଙ୍ଗାପିଙ୍ଗି ହେବା ଅତ୍ୟନ୍ତ ନିନ୍ଦନୀୟ ଓ ତୁଚ୍ଛ କାର୍ଯ୍ୟ । ଜନତାର ସେବା କରିବାକୁ ଜନପ୍ରତିନିଧି ସାଜିଥିବା ରାଜନେତା କୁଚ୍ଛ ରାଜନୀତିଠାରୁ ଉଠି ସମାଜର ମଙ୍ଗଳ ସାଧନ ଦିଗରେ କାର୍ଯ୍ୟକରିବା ବର୍ତ୍ତମାନର ଆହ୍ୱାନ ।

Related posts

ଶିଶୁପୁତ୍ରକୁ ଚାପିଦେଲା କାର, କାର ଚକାତଳେ ଚାପି ହୋଇ ଶିଶୁପୁତ୍ର ମୃତ

mahabharatanews

ପେଣ୍ଠକଟାର ୪ ୱାର୍ଡ କଣ୍ଟେନମେଣ୍ଟ ଜୋନ

mahabharatanews

ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

mahabharatanews