ଅପରାଧ

କୁଚିଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ଭିଜିଲାନ୍ସ ଜାଲରେ

କୁଚିଣ୍ଡା: ଭିଜିଲାନ୍ସ ଜାଲରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଶିକ୍ଷା ଅଧିକାରୀ । ଶିକ୍ଷା ଅଧିକାରୀ ଆଜି କୁଚିଣ୍ଡାରୁ ସମ୍ବଲପୁର ଯାଉଥିବା ବେଳେ ଭିଜିଲାନ୍ସ ତାଙ୍କୁ କାବୁ କରି ନେଇଛି । ନାୟକଙ୍କ ଗାଡ଼ିରୁ ୯୯ ହଜାର ୯୫୦ଟଙ୍କା ଜବତ କରିଛି ଭିଜିଲାନ୍ସ । ଏହାପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ବ୍ଲକ ଶିକ୍ଷା ଅଧିକାରୀଙ୍କ କୁଚିଣ୍ଡା ସରକାରୀ କାର୍ୟ୍ୟାଳୟ, ସରକାରୀ ବାସଭବନ, ନିଜଘର ଗାଇସିଲେଟ ଓ ଶ୍ୱଶୁର ଘର ବିଜେପୁର ଆଦି ୪ଟି ସ୍ଥାନରେ ଚଢ଼ଉ କରାଯାଇଛି।
ଆଜି ବ୍ଲକ ଶିକ୍ଷା ଅଧିକାରୀ ସମ୍ବଲପୁରରୁ କୁଚିଣ୍ଡା ଯାଉଥିଲେ । ବାଟରେ ସାତକମ ବ୍ରିଜ ନିକଟରେ ଭିଜିଲାନ୍ସ ବିଭାଗ କର୍ମଚାରୀ ତାଙ୍କ ଗାଡ଼ିକୁ ଅଟକାଇଥିଲେ। ତାଙ୍କ ଗାଡ଼ିରୁ ଜବତ ହୋଇଥିଲା ୯୯ ହଜାର ୯୫୦ ଟଙ୍କା । ଏତେ ଟଙ୍କାର ହିସାବ ନାୟକଙ୍କୁ ଭିଜିଲାନ୍ସ କର୍ମଚାରୀ ମାଗିବାରୁ ସେ ତାର କୌଣସି ଉତ୍ତର ଦେଇ ପାରି ନ ଥିଲେ । ଏହାସହ ପ୍ରଫୁଲ୍ଲ ଏତେ ଟଙ୍କା ଗାଡ଼ିରେ ନେଇ କୁଆଡେ ଯାଉଥିଲେ, ତାହାର ତଦନ୍ତ ଚାଲିଛି।

Related posts

ବିପୁଳ ପରିମାଣର ମଦ ଜବତ, ୬ ଗିରଫ

mahabharatanews

ଜାପାନ ପ୍ରଧାନମନ୍ତ୍ରୀଙ୍କ ସଭାରେ ଫୁଟିଲା ବୋମା

mahabharatanews

ମୁହଁତୋଡ ଜବାବ ଦେଲେ ଯବାନ

mahabharatanews