Uncategorized

ସ୍କୁଲ ଫି ଛାଡ ପ୍ରସଙ୍ଗରେ ହାଇକୋର୍ଟରେ ଆବେଦନ କରିବାକୁ  ସୁପ୍ରିମ କୋର୍ଟଙ୍କ ପରାମର୍ଶ

ନୂଆଦିଲ୍ଲୀ: କରୋନା ମହାମ।।ରୀ ମଧ୍ୟରେ ଶିକ୍ଷାଦାନ ବନ୍ଦ ରହିଥିବାରୁ ଘରୋଇ ସ୍କୁଲ ଫି ଛାଡ କରିବାକୁ ଅଭିଭାବକ ସଂଘର ଆବେଦନକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି । ଏହି ପ୍ରସଙ୍ଗରେ ସୁପ୍ରିମ କୋର୍ଟ ଶୁଣାଣି କରିବାକୁ ମନା କରିବା ସହ ଅଭିଭାବକମାନେ ସେମାନଙ୍କ ରାଜ୍ୟର ହାଇକୋର୍ଟରେ ଆବେଦନ କରିବାକୁ ପରାମର୍ଶ ଦେଇଛନ୍ତି । ଅଭିଭାବକମାନେ ଏପ୍ରିଲ, ମେ, ଜୁନ ମାସର ଫି ଛାଡ କରିବାକୁ ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବାକୁ ଗୁହାରି କରିଥିଲେ ।
ମହାମାରୀ କରୋନା ପାଇଁ ମାର୍ଚ୍ଚ ମଧ୍ୟଭାଗରୁ ସମସ୍ତ ଘରୋଇ ଓ ସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ପିଲାଙ୍କ ପାଠ ପଢାରେ ଡୋରି ଲାଗିଛି । ତେଣୁ ଘରୋଇ ସ୍କୁଲରେ ପାଠ ପଢୁଥିବା ପିଲାଙ୍କ ଏପ୍ରିଲ, ମେ, ଜୁନ ମାସର ଫି ଛାଡ କରିବାକୁ ନେଇ ୯ଟି ରାଜ୍ୟର ଅଭିଭାବକ ସଂଘ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ।

Related posts

ଦିଲ୍ଲୀ ନିର୍ବାଚନ: ଜାନୁଆରୀ ପ୍ରଥମ ସପ୍ତାହରେ ଆପ କରିବ ପ୍ରାର୍ଥୀ ଘୋଷଣା

mahabharatanews

ରାଜ୍ୟସଭାର ଦ୍ୱିତୀୟ ଇଂନିସ ଆରମ୍ଭ କଲେ ସସ୍ମିତ

mahabharatanews

ଆତଙ୍କବାଦକୁ ନେଇ ଏଫଏଟିଏଫର ପାକ୍କୁ ୧୫୦ଟି ପ୍ରଶ୍ନ

mahabharatanews