ଓଡିଶା

ଭୁବନେଶ୍ୱର ସଂକ୍ରମିତ: ବିଏମସି, ବିଡିଏ ତଥ୍ୟରେ ରହିଛି ପାର୍ଥକ୍ୟ

ଭୁବନେଶ୍ୱର: ଭୁବନେଶ୍ୱର ସୁର୍ଜିତ କୁମାର ଧଳ: ଆଜି ରାଜଧାନୀ ଭୁବନେଶ୍ୱରରୁ କେତେ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ତାହା ସ୍ୱଷ୍ଟ ଜଣାପଡୁ ନାହିଁ । ବିଏମସି ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଅ।।ଯାଇଥିବା ତଥ୍ୟରେ ପ୍ରଭେଦକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୩୭ କୁହାଯାଉଥିବା ବେଳେ ବିଏମସି କହୁଛି ୩୮ ।
ବିଏମସି ତଥ୍ୟ ଅନୁଯାୟୀ ୩୮ ପଜିଟିଭ ମଧ୍ୟରୁ ୨୬ ଜଣ କ୍ୱାରେଣ୍ଟାଇନ ସେଣ୍ଟରୁ ରହିଥିବା ବେଳେ ୧୨ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ଓ ୬ ଜଣ ସୁସ୍ଥ ହୋଇଛନ୍ତି । ଏହା ପରେ ଭୁବନେଶ୍ୱର କରୋନା ସଂକ୍ରମିତଙ୍କ ସଂଖ୍ୟ।। ୬୪୦ରେ ପହଞ୍ଚିଛି ।
ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ କୋଳଥିଆ କଳିଙ୍ଗ ବିହାରରୁ ଜଣେ ୫୫ ବର୍ଷୀୟ ପୁରୁଷ, ପୋଖରୀପୁଟ କାରଗିଲ ବସ୍ତିରୁ ଜଣେ ୪୦ ବର୍ଷୀୟ ପୁରୁଷ, ଭୀମଟାଙ୍ଗୀ ହାଉସିଂବୋର୍ଡ କଲୋନୀରୁ ଜଣେ ୫୭ ବର୍ଷୀୟ ପୁରୁଷ, ଚନ୍ଦ୍ରଶେଖରପୁର ବିଡିଏ କଲୋନୀରୁ ୨୭ ଏବଂ ୨୮ ବର୍ଷୀୟ ୨ ପୁରୁଷ, ଗଙ୍ଗନଗରର ଏକ ପରିବାରର ୩ ଜଣ, ନୀଳାଦ୍ରିବିହାରରୁ ୨ ମହିଳା ଏବଂ ଜଣେ ପୁରୁଷ ଓ ନୟାପଲ୍ଲୀରୁ ଜଣେ ୫୫ ବର୍ଷୀୟ ପୁରୁଷ ରହିଛନ୍ତି।

Related posts

କାର୍ତିକ ମାସରେ ଅଦା ମହଙ୍ଗା 

mahabharatanews

ଉତ୍କଳ ଗୌରବ କୁଳବୃଦ୍ଧ ମଧୁସୂଦନ ଦାସଙ୍କର ଆଜି ହେଉଛି ୧୭୮ତମ ଜୟନ୍ତୀ

mahabharatanews

ସଡକ ଦୁର୍ଘଟଣାରେ ଜଣେ ମୃତ

mahabharatanews