ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି । ଶନିବାର ପୁଣି ୩୪ ହଜାର ୮୮୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୩୮ ହଜାର ୭୧୬ରେ ପହଞ୍ଚିଛି। ଅନ୍ୟପଟେ ଶନିବାର ଆଉ ୬୭୧ ସଂକ୍ରମିତଙ୍କ ମୃତ୍ୟୁ ସହିତ ମୋଟ କରୋନା ମୃତ୍ୟୁସଂଖ୍ୟା ୨୬,୨୭୩ରେ ପହଞ୍ଚିଛି। ଦେଶର ମୋଟ ସଂକ୍ରମିତଙ୍କ ମଧ୍ୟରୁ ୬ ଲକ୍ଷ ୫୩ ହଜାର ୭୫୧ ଜଣ ସୁସ୍ଥ ହୋଇଥିବାବେଳେ ସୁସ୍ଥତା ହାର ୬୩.୩୪କୁ ବୃଦ୍ଧି ପାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଦେଶରେ ଏବେ ୩ ଲକ୍ଷ ୫୮ହଜାର ୬୯୨ ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି।
ମହାରାଷ୍ଟ୍ରରେ ସର୍ବାଧିକ ୨,୯୨,୫୮୯ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୧,୪୫୨ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ତାମିଲନାଡୁରେ ୧,୬୦,୯୦୭ ସଂକ୍ରମିତ ୨,୩୧୫ଜଣଙ୍କର ମୃତ୍ୟୁ ହୋଇଛି। ଦିଲ୍ଲୀରେ ୧,୨୦,୧୦୭ ସଂକ୍ରମିତ ଓ ୩,୫୭୧ଙ୍କର ମୃତ୍ୟୁ ହୋଇଛି।
ଦେଶରେ ସ୍ୱାବ ପରୀକ୍ଷାକୁ ବୃଦ୍ଧି କରାଯାଇଛି । ଗୋଟିଏ ଦିନରେ ୩, ୩୩,୨୨୮ଟି ନମୁନା ପରୀକ୍ଷା କରାଯାଇଥିବା ଆଇସିଏମଆର କହିଛି। ସେହିପରି ବିଶ୍ବରେ କରୋନା ସଂକ୍ରମଣ ସଂଖ୍ୟା ୧,୪୧,୯୪,୧୪୦ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୫,୯୯,୪୧୬ରେ ପହଞ୍ଚିଛି। ବିଶ୍ବରେ କରୋନା ସଂକ୍ରମଣରେ ଆମେରିକା ପ୍ରଥମ ସ୍ଥାନରେ ରହିଛି। ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ୩୭,୭୦,୩୨୦ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୧,୪୨,୦୬୪ରେ ପହଞ୍ଚିଛି। ଦ୍ବିତୀୟ ସ୍ଥାନରେ ଥିବା ବ୍ରାଜିଲରେ ସଂକ୍ରମିତଙ୍କ ସଂଖ୍ୟା ୨୦,୪୮,୬୮୭ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ୭୭,୯୯୩ରେ ପହଞ୍ଚିଛି। ଭାରତ ବିଶ୍ବ ସଂକ୍ରମଣରେ ତୃତୀୟ ସ୍ଥାନରେ ରହିଛି।
previous post
