ଓଡିଶା

ଗୋଟିଏ ଦିନରେ ୧୫୯୪  ନୂଆ ସଂକ୍ରମଣ ଚିହ୍ନଟ 

ଭୁବନେଶ୍ୱର/ଶିଳାସ୍ମିତା ରାୟ: ରାଜ୍ୟରେ କରୋନା ସଂକ୍ରମଣ ରୋକିବା ଅସମ୍ଭବ ହୋଇ ପଡିଛି । ଦିନକୁ ଦିନ ଏହି ସଂଖ୍ୟା ଅସମ୍ଭବ ରୂପେ ବଢି ଚାଲିଛି । ଗତକାଲି ସଂକ୍ରମିତଙ୍କ ସଂଖ୍ୟା ୧୨୬୪ ଥିବା ବେଳେ ଆଜି ୧୫୯୪ ଜଣ ସଂକ୍ରମିତ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ୨୮ ଜିଲ୍ଲାରୁ ଏହି ୧୫୯୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୦୬୭ ଥିବା ବେଳେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୫୨୭ ରହିଛି । ଗଞ୍ଜାମରୁ ସର୍ବାଧିକ ୭୩୨ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩୨୦, କଟକରୁ ୧୩୬, ଭଦ୍ରକରୁ ୬୦ ରହିଛନ୍ତି ।
ଖୋର୍ଦ୍ଧାରୁ ୩୨୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଜିଲ୍ଲାର ୧୧ ପୁଲିସ କର୍ମଚାରୀ ରହିଛନ୍ତି । ବାଣପୁର, ବାଲୁଗାଁର ବିଭିନ୍ନ ଥାନା ଓ ଫାଣ୍ଡିର ୧୧ ପୁଲିସ କରୋନା‌ରେ ଆକ୍ରାନ୍ତ ହୋଇଛନ୍ତି। ସଂପୃକ୍ତ ଥାନା ଓ ଫାଣ୍ଡିର ଅନ୍ୟ କର୍ମଚାରୀମାନଙ୍କୁ ଗୃହ ସଙ୍ଗରୋଧରେ ରହିବା ପାଇଁ ନିର୍ଦେଶ ଦିଆଯାଇଛି। ଏନେଇ ଜିଲାପାଳ ସୂଚନା ଦେଇଛନ୍ତି।
ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨,୬୯୩କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ଏବେ ରାଜ୍ୟରେ ମୋଟ୍ ୧୪,୩୯୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୧୪୮ ରହିଛି।

Related posts

ଝିଅ ପାଇଁ ଟଣା ଓଟରା ଦୁଇ ମାଆ

mahabharatanews

୧୯ରେ ନବଯୌବନ ଦର୍ଶନ, ସରିଲା ବୈଠକ

mahabharatanews

ସମ୍ବଲପୁର ସାଂପ୍ରଦାୟୀକ ଦଙ୍ଗା ସଂପର୍କରେ କେନ୍ଦ୍ର ସରକାରଙ୍କ ତୁରନ୍ତ ହସ୍ତକ୍ଷେପ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଚିଠି ଲେଖି ଅନୁରୋଧ କଲେ ରାଜ୍ୟ ସଭାପତି

mahabharatanews