Uncategorized

ଦେଶରେ ୨୪ ଘଣ୍ଟା ମଧ୍ୟରେ ୭୫୭ କରୋନା ପଜିଟିଭଙ୍କ ମୃତ୍ୟୁ

ନୂଆଦିଲ୍ଲୀ/ ଶିଳାସ୍ମିତା ରାୟ: ସକାଳ ୮ଟାରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ଦିଆଯାଇଥିବା ସୂଚନା ଅନୁଯାୟୀ ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୮,୯୧୬ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା୧,୩୩୬,୮୬୧ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୮୪୯୪୩୧ ଜଣ ସୁସ୍ଥ ହୋଇଛନ୍ତି , ୩୧୩୫୮ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ୪୫୬୦୭୧ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି । ୨୪ ଘଣ୍ଟାରେ ୭୫୭ ଆକ୍ରାନ୍ତଙ୍କ ମୃତ୍ୟୁହୋଇଛି ।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶରେ ୯୩୩ ଜଣ, ଅରୁଣାଚଳ ପ୍ରଦେଶରେ ୩ ଜଣ, ଆସାମରେ ୭୬ ଜଣ, ବିହାରରେ ୨୨୦ଜଣ, ଚଣ୍ଡିଗଡ଼ରେ ୧୩ ଜଣ, ଛତିଶଗଡ଼ରେ ୩୬ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ ୨ଜଣ, ଦିଲ୍ଲୀରେ ୩୭୭୭ଜଣ, ଗୋଆରେ ୨୯ ଜଣ, ଗୁଜରାଟରେ ୨୨୭୮ଜଣ, ହରିୟାଣାରେ ୩୮୨ଜଣ, ହିମାଚଳ ପ୍ରଦେଶରେ ୧୧ ଜଣ, ଜମ୍ମୁ ଓ କଶ୍ମୀରରେ ୨୯୬ ଜଣ, ଝାଡ଼ଖଣ୍ଡରେ ୭୦ଜଣ, କର୍ଣ୍ଣାଟକରେ ୧୭୨୪ଜଣ, କେରଳରେ ୫୪ଜଣ, ଲଦାଖରେ ୨ ଜଣ, ମଧ୍ୟପ୍ରଦେଶରେ ୭୯୧ଜଣ, ମହାରାଷ୍ଟ୍ରରେ ୧୩୧୩୨ ଜଣ, ମେଘାଳୟରେ ୫ ଜଣ, ଓଡ଼ିଶାରେ ୧୨୦ଜଣ, ପୁଦ୍ଦୁଚେରୀରେ ୩୫ଜଣ, ପଞ୍ଜାବରେ ୨୮୨ଜଣ, ରାଜସ୍ଥାନରେ ୬୦୨ଜଣ, ତାମିଲନାଡୁରେ ୩୩୨୦ଜଣ, ତେଲେଙ୍ଗାନାରେ ୪୫୫ଜଣ, ତ୍ରିପୁରାରେ ୧୧ ଜଣ, ଉତ୍ତରାଖଣ୍ଡରେ ୬୦ ଜଣ, ଉତ୍ତରପ୍ରଦେଶରେ ୧୩୪୮ଜଣ ଏବଂ ପଶ୍ଚମବଙ୍ଗରେ ୧୨୯୦ଜଣ ଅଛନ୍ତି ।

Related posts

ସିଂହଙ୍କ ସ୍ୱାସ୍ଥ୍ୟ ସ୍ଥିର ରହିଛି

mahabharatanews

ରାମ ମନ୍ଦିର ଟ୍ରଷ୍ଟ: ଅଯୋଧ୍ୟା ପୂଜାରୀଙ୍କୁ ସାମିଲ କରା ନ ଯିବାକୁ ନେଇ ଭିଏଚପିକୁ ନିନ୍ଦା

mahabharatanews

ମୌଜପୁରରେ ଫାୟାରିଂ

mahabharatanews