Uncategorized

ଆଜି ଭାରତରେ ପହଞ୍ଚିବ ୫ ରାଫେଲ ଯୁଦ୍ଧ ବିମାନ

(ନୂଆଦିଲ୍ଲୀ): ଶତୃ ପକ୍ଷଙ୍କୁ ମାତ ଦେବା ପାଇଁ ଫ୍ରାନ୍ସରୁ ଆସୁଥିବା ୫ ରାଫେଲ ଯୁଦ୍ଧ ବିମାନ ଆଜି ଭାରତରେ ପହଞ୍ଚିବ । ଆଜି ଏହି ବିମାନଗୁଡ଼ିକ ହରିୟାଣାର ଅମ୍ବାଲା ସ୍ଥିତ ଏୟାରବେସରେ ଲ୍ୟାଣ୍ଡ କରିବ । ଏହି ଲଢୁଆ ବିମାନ ଭାରତ ପହଞ୍ଚୁଥିବା ନେଇ ପାଇଟଲମାନଙ୍କ ମଧ୍ୟରେ ଉତ୍ସୁକତା ଦେଖାଦେଇଛି । ଅମ୍ବାଲା ଏୟାରବେସରେ ଏହି ବିମାନଗୁଡିକୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମିବା ଆଶଙ୍କାରେ ଏଠାରେ ୧୪୪ ଧାରା ଜାରି କରାଯାଇଛି । ସେହିପରି ଫଟୋଗ୍ରାଫି ଓ ଭିଡିଓଗ୍ରାଫି ଉପରେ କଟକଣା ଜାରି କରାଯାଇଛି । ବାୟୁସେନା ପ୍ରମୁଖ ମାର୍ଶଲ ଆର.କେ ଭଦୋରିଆ ବୁଧବାର ଅମ୍ବାଲା ଏୟାରବେସରେ ୫ ରାଫେଲ ବିମାନ ଦେଖିବେ । ଏହି ଅବସରରେ ଏୟାର ଚିଫ ମାର୍ଶଲ ବି.ଏସ. ଧନୋଓ ମଧ୍ୟ ଉପସ୍ଥିତ ରହିବେ ।
ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ପାଇଁ ୨୦୧୬ରେ ଭାରତ ସରକାର ଫ୍ରାନ୍ସ ସହ ୩୬ଟି ରାଫେଲ ଯୁଦ୍ଧ ବିମାନ କିଣିବାକୁ ଚୁକ୍ତି କରିଥିଲେ । ତେବେ ୫ଟି ଯୁଦ୍ଧ ବିମାନ ଆଣିବା ପାଇଁ ସୋମବାର ବାୟୁସେନାର ୧୨ ଜଣ ପାଇଲଟ ଏହାକୁ ଫ୍ରାନ୍ସରୁ ଭାରତ ଆଣିବା ପାଇଁ ଉଡାଣ ଭରିଥିଲେ । ଫ୍ରାନ୍ସରୁ ଉଡାଣ ଭରିବା ପରେ ଏହା ଗତକାଲି ଆବୁଧାବିରେ ରହିଥିଲା । ଆଜି ଏହି ଜେଟ୍ଗୁଡିକ ଭାରତ ଅଭିମୁଖେ ବାହାରିଛି ।

Related posts

ଗେରୁଆ ଧରିଲେ ମମତା ବାନାର୍ଜୀ, ବିଜେପି କହିଲା ପରିବର୍ତ୍ତନ ନା ନାସ୍ତିକତା?

mahabharatanews

ଆପଣ ନିଜର ରାଗକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି କି? ଅଭ୍ୟାସ କରନ୍ତୁ ଏହି ମୁଦ୍ରା

mahabharatanews

ଦେଶରେ ୨୪ ଘଣ୍ଟାରେ ୫୬୦୯ ନୂଆ ଆକ୍ରାନ୍ତ ଚିହ୍ନଟ: ୧୩୨ ମୃତ

mahabharatanews