Uncategorized

ବିହାର ବନ୍ୟା: ୨୯ ଲକ୍ଷ ଲୋକ ପ୍ରଭାବିତ

ପାଟଣା/ଶିଳାସ୍ମିତା: ବିହାରରେ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତି ଭୟଙ୍କର ହେବାରେ ଲାଗିଛି । ଏହି ବନ୍ୟାରେ ରାଜ୍ୟର ୧୨ ଜିଲ୍ଲାର ୨୯ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ପ୍ରଶାସନ ଏବେ ସୁଦ୍ଧା ମାତ୍ର ୨ ଲକ୍ଷ ୬୨ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିପାରିଛି । ରାଜ୍ୟ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅନୁଯାୟୀ, ଖଗଡିଆ, ସାରଣ, ଶିବହର, ସୁପୋଲ, ଗୋପାଳଗଞ୍ଜ, ସୀତାମଢି, ମୁଜାଫରପୁର, କିଷାନଗଞ୍ଜ, ଦରଭଙ୍ଗା, ଚମ୍ପାରଣ, ସମସ୍ତିପୁର ଜିଲ୍ଲାର ୧୦୧ ପରଖଣ୍ଡର ୮୩୭ ପଞ୍ଚାୟତର ୨୯ ଲକ୍ଷ ୬୨ ହଜାର ୬୫୩ ଲୋକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି ।
୨ ଲକ୍ଷ ୬୨ ହଜାର ୮୩୭ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ବିଭିନ୍ନ କ୍ୟାମ୍ପରେ ରହୁଥିବା ବିସ୍ଥାପିତଙ୍କ ପାଇଁ ୮୦୮ ଟି କେନ୍ଦ୍ରରେ ରୋଷେଇ ବ୍ୟବସ୍ଥା କରାଯାଇଛି । ଏବେ ସୁଦ୍ଧା ୪ ଲକ୍ଷ ୧୯ ହଜାର ୪୩୩ ଲୋକ ଭୋଜନ କରିଛନ୍ତି । ଦରଭଙ୍ଗା ଅଞ୍ଚଳରେ ୧୬୨ ପଞ୍ଚାୟତର ୧୧ ଲକ୍ଷ ୭୪ ହଜାର ୩୨୦ ଲୋକ ପ୍ରଭାବିତ ହୋଇଛନ୍ତି । ଉଦ୍ଧାର କାର୍ୟ୍ୟ ପାଇଁ ଏନଡିଆରଏଫ ଓ ଏସ୍ଡ଼ିଡି ଆରଏଫର ୨୬ ଟିମ ନିୟୋଜିତ ହୋଇଛନ୍ତି । ବନ୍ୟା ଯୋଗୁଁ ଅନେକ ନଦୀର ଜଳସ୍ତର ବଢିଯାଇଛି । ବଗମାଟି ନଦୀ ସୀତାମଢି, ମୁଜାଫରପୁର ଏବଂ ଦରଭଙ୍ଗାରେ, ଗଙ୍ଗା ନଦୀ ଭାଗଲପୁରରେ, ମହାନଦୀ କିଷାନଗଞ୍ଜ ଓ ପୁର୍ଣିୟାରେ ମଙ୍ଗଳବାର ଦିନ ଜଳସ୍ତର ବିପଦ ରେଖା ଉପରରେ ପ୍ରବାହିତ ହେଉଛି ।
ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଙ୍ଗଳବାର ଦିନ ମୁଖ୍ୟ ସଚିବ ଦୀପକ କୁମାରଙ୍କ ସହିତ ବନ୍ୟା ସ୍ଥିତି ସମୀକ୍ଷା କରିବାକୁ ନିର୍ଦେଶ ଦେଇଛନ୍ତି ଏବଂ ଆବଶ୍ୟକତା ଅନୁଯାୟୀ ସାମୁଦାୟିକ ରୋଷେଇ ଏବଂ ରିଲିଫ କ୍ୟାମ୍ପ ସଂଖ୍ୟା ବଢ଼ାଇ ଦିଆଯାଉ ବୋଲି କହିଛନ୍ତି ଏବଂ ରିଲିଫ କ୍ୟାମ୍ପରେ ୨ ଫୁଟ ଦୂରତା ପାଳନ କରାଯାଉ ବୋଲି ମଧ୍ୟ କହିଛନ୍ତି ।

Related posts

ଭାରତରେ ବ୍ୟାନ ହେଲା ପବଜି ସମତେ ୧୧୮ଟି ଆପ୍

mahabharatanews

ଲାଇବ୍ରେରୀ ଭିଡିଓର ଯାଞ୍ଚ ହେବ: ଦିଲ୍ଲୀ ପୁଲିସ

mahabharatanews

ଫୁଲୱାମାରେ ସେନା, ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ, ୩ ଆତଙ୍କୀ ନିହତ

mahabharatanews