ଓଡିଶା

ଅଧିକାରୀଙ୍କ ଜାଣତରେ ରାହାଡପୁର ପାହାଡରୁ ଚାଲିଛି ବେଧଡକ ପଥର ଚାଲାଣ

(ଦୀପକ କୁମାର/ଯାଜପୁର): ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ରାହାଡପୁର ପାହାଡରୁ ପଥର ମାଫିଆମାନେ ପ୍ରଶାସନର କଟକଣାକୁ ଖାତିର ନକରି ବେଧଡକ ଭାବେ କଳାପଥର ଚାଲାଣ କରୁଥିବା ଜଣାପଡିଛି । ତେବେ ସ୍ଥାନୀୟ ଅଧିକାରୀଙ୍କ ସହଯୋଗରେ ମାଫିଆମାନେ ଏହି ଚୋରାଚାଲାଣ ଚଳାଇଥିବା ଅଭିଯୋଗ ହେଉଛି । କିଛି ଦିନ ତଳେ ପାହାଡରୁ ବେଆଇନ ଭାବେ କୋଟି କୋଟି ଟଙ୍କାର ପଥର ଲୁଟ ଚାଲିଥିବା ବେଳେ ସ୍ଥାନୀୟ ଅଞ୍ଚଳବାସୀ ଏହାର ଘୋର ବିରୋଧ କରିଥିଲେ । ସେମାନଙ୍କ ଅଭିଯୋଗକୁ ଆଧାର କରି ଜିଲ୍ଲା ପ୍ରଶାସନ ପକ୍ଷରୁ ପଥର ଖାଦାନକୁ ଯାଇଥିବା ରାସ୍ତାଗୁଡିକରେ ଡ୍ରେନ ଖୋଳାଯାଇଥିଲା । ଫଳରେ ପଥର ମାଫିଆଙ୍କ ଗାଡି ଖାଦାନ ଭିତରକୁ ଯାଇପାରି ନଥିଲା । କିଛି ଦିନ ପାଇଁ ପଥରର ଚାଲାଣ ବନ୍ଦ ରହିବା ପରେ ଏବେ ଖୋଳାଯାଇଥିବା ରାସ୍ତା ଗୁଡିକୁ ଏବେ ପୋତି ଦିଆଯାଇଥିବା ଦେଖିବାକୁ ମିଳିଛି । ତେବେ ଏଠାରେ ପ୍ରଶାସନ ପକ୍ଷରୁ ଏବେ ୧୪୪ ଧାରା ଜାରି ହୋଇଥିଲେ ବି ଖାଦାନରେ ଅବାଧରେ ବ୍ଲାଷ୍ଟିଂ କରାଯାଇ ପୂର୍ବ ପରି ପଥର ଚାଲାଣ ଆରମ୍ଭ ହୋଇଥିବା ମଧ୍ୟ ଜଣାପଡିଛି । ତେବେ ସରକାରୀ କଳର ସମ୍ପୃକ୍ତି ବିନା ଏହା ସମ୍ଭବପର ନୁହେଁ ବୋଲି ପ୍ରଶ୍ନ ଉଠୁଥିବା ବେଳେ ଏନେଇ ରାହାଡପୁର ସର୍କଲର ରାଜସ୍ୱ ନିରୀକ୍ଷକଙ୍କୁ ପଚରାଯାଇଥିଲା । ପାହାଡରୁ ପଥରର ଚୋରାଚାଲାଣ ବିଷୟରେ ସେ ଅବଗତ ଥାଇ ମଧ୍ୟ ମାଫିଆଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଜଣାପଡିଛି । ତେବେ ସମ୍ପୃକ୍ତ ଅଞ୍ଚଳରେ ପଥର ମାଫିଆମାନେ ପୁଣି ଥରେ ସକ୍ରିୟ ହେବା ପଛରେ ଉକ୍ତ ଅଧିକାରୀଙ୍କ ସମ୍ପୃକ୍ତି ଥିବା ସ୍ଥାନୀୟ ବୁ୍ଦ୍ଧିଜୀବୀମାନେ ମତ ଦେଇଛନ୍ତି ।

Related posts

ନିଖୋଜ ଯୁବକର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

mahabharatanews

ବିବାହର ପ୍ରତିଶ୍ରୁତି ଦେଇ ପ୍ରାପ୍ତ ବୟସ୍କ ମହିଳାଙ୍କ ସହିତ ଶାରୀରିକ ସଂପର୍କ ରଖିବା ଦୁଷ୍କର୍ମ ନୁହେଁ

mahabharatanews

ଆୟୁଷ୍ମାନ କାର୍ଡରେ ବଡ ପରିବର୍ତ୍ତନ କରୁଛନ୍ତି ସରକାର ଏପରି ନକଲେ କଟିଯିବ ଆୟୁଷ୍ମାନ କାର୍ଡ ।

mahabharatanews