Uncategorized

କରୋନା କାଳରେ ୨୫ ପ୍ରତିଶତ ଲୋକ ମାନସିକ ଦୁଶ୍ଚିନ୍ତାର ଶିକାର

ନୂଆଦିଲ୍ଲୀ: ମହାମାରୀ କରୋନା ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇ ଚାଲିଛି । ଏଥିରେ ବିଶ୍ୱବ୍ୟାପୀ ୭ଲକ୍ଷ ୧୮ହଜାର୩୨୬ ଲୋକଙ୍କ ମୃତ୍ୟୁ ହେଲାଣି । ଏହି ଭୂତାଣୁର ପ୍ରଭାବ ନାଁ ଖାଲି ଲୋକଙ୍କ ଶରୀର, ବରଂ ମାନସିକ ସ୍ଥିତି ଉପରେ ଗମ୍ଭୀର ପ୍ରଭାବ ପକାଉଛି । ଦିନକୁ ଦିନ ମାନସିକ ଅସନ୍ତୁଳନ ଲୋକଙ୍କ ମଧ୍ୟରେ ସାଂଘାତିକ ରୂପ ନେବାରେ ଲାଗିଛି । ଆମେରିକାର ଆଇକୋଲେ।।ଜିଷ୍ଟ ପତ୍ରିକାରେ ଏକ ଷ୍ଟଡିକୁ ନେଇ ପ୍ରକାଶ ପାଇଛି ।
କରୋନା ଭୂତାଣୁ ଓ ଲକଡାଉନ ସମ୍ବନ୍ଧରେ ଷ୍ଟଡିରେ ପ୍ରଶ୍ନ କରାଯାଇଥିଲେ । ଷ୍ଟଡିରେ ବିଭିନ୍ନ ରୋଗରେ ପୀଡିତ ଲୋକ, ୭୦ ବର୍ଷ ବା ତଦୁଦ୍ଧ୍ୱର୍, କମ ରୋଗ ପ୍ରତିଶେଧକ ଶକ୍ତି ସମ୍ପନ୍ନ ଲୋକ, ଗର୍ଭବତୀ ମହିଳାଙ୍କୁ ସାମିଲ କରାଯାଇଥିଲା । ଏହି ଷ୍ଟଡିକୁ ସୋସିଆଲ ମିଡିଆ ସହ ଜଡିତ ୮୪୨ ଜଣଙ୍କୁ ନେଇ କରାଯାଇଥିଲା । ପ୍ରଶ୍ନର ଉତ୍ତର ଦେଉଥିବା ୮୦ ପ୍ରତିଶତ ମହିଳା ଥିବା ବେଳେ ସେମାନଙ୍କ ବୟସ ୩୮ ବର୍ଷ ପାଖାପାଖି ରହିଥିଲା । ୨୨ ପ୍ରତିଶତ ଲୋକ ନିଜ ଚିନ୍ତା, ମାନସିକ ସ୍ତିତି ସମ୍ପର୍କରେ କହିଥିଲେ, ଯେଉଁଥିରେ ମୁଖ୍ୟତଃ ଚିନ୍ତା, ଡିପ୍ରେସନ, ମୁଡ ସ୍ୱିଂ ପରି ଲକ୍ଷଣ ଥିଲା । ସଂଗୃହୀତ ତଥ୍ୟର ବିଶ୍ଲେଷ୍ଣ ପରେ ବିଶେଷଜ୍ଞ ପାଇଥିଲେ କି ୨୫ ପ୍ରତିଶତ ଲୋକ ଲକଡାଉନ ସମୟରେ ନିଜକୁ ଅଧିକ ଚିନ୍ତିତ ଓ ମାନସିକ ଚାପ ଅନୁଭବ କରିଥିଲେ ।
ଡାକ୍ତରଙ୍କ ଦ୍ୱାରା ସମସ୍ତ ପରାମର୍ଶ ସତ୍ତେ୍ୱ ୧୫ ପ୍ରତିଶତ ଲୋକ ଚିନ୍ତାଗ୍ରସ୍ତ ଥିଲେ କି, କାଳେ ଏହି ମହାମାରୀ ଭୂତାଣୁ କବଜାରେ ପଡି ଯିବେ ନାହିଁ ତ? ଏମାନଙ୍କ ମଧ୍ୟରୁ ଅଧିକାଂଶ ବୟସ୍କ, ବିଭିନ୍ନ ରୋଗରେ ପୀଡିତଥିଲେ । ଷ୍ଟଡିରୁ ଏହି ନିଷ୍କର୍ସ ବାହାରି ଥିଲାଏପରି ଲୋକଙ୍କୁ ମନୋବିଜ୍ଞାନୀଙ୍କ ପରାମର୍ଶ ସହଯୋଗ କରିବ ।

Related posts

କୋରୋନା: ଜାପାନରେ ୫୯୪ ନୂତନ ସଂକ୍ରମଣ ଚିହ୍ନଟ

mahabharatanews

ଭାରତୀୟ ବିଶେଷଜ୍ଞଙ୍କ ଦ୍ୱାରା ଭୂତାଣୁ ଚିହ୍ନଟର ନୂଆ ପଦ୍ଧତି ବିକାଶ

mahabharatanews

ସ।ହିନବାଗ ମାମଲାର ଆସନ୍ତା ଶୁଣାଣି ସୋମବାର

mahabharatanews