ଓଡିଶା

କଲେଜ ଫିକୁ ନେଇ ଉତେଜନା

(ରଜନୀକାନ୍ତ ପାତ୍ର/ଆସିକା): ଆସିକା ବିଜ୍ଞାନ ମହାବିଦ୍ୟାଳୟର +୩ ର ଦ୍ୱିତୀୟ ଓ ତୃତୀୟ ବର୍ଷର କଳା, ବିଜ୍ଞାନ ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପୁନଃ ପ୍ରବେଶ ଫି ବାନ୍ଧିବାକୁ ନେଇ ଉତେଜନା । ଏକା ସଙ୍ଗେ ଆଡମିଶନ୍ ଫି ଓ ବିଶ୍ୱବିଦ୍ୟାଳୟ ପରୀକ୍ଷା ଫି ବାନ୍ଧିବାକୁ ନିର୍ଦ୍ଦେଶ ରହିଥିବାରୁ ଛାତ୍ରଛାତ୍ରୀଙ୍କ ପକ୍ଷେ ତାହା ପୈଠ କରିବା ସମ୍ଭବପର ହୋଇପାରୁ ନାହିଁ । ଯେଉଁଥି ପାଇଁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । କଲେଜ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି କଲେଜ ଅଧ୍ୟକ୍ଷଙ୍କୁ ଏକ ଦାବୀ ପତ୍ର ଦେଇଛନ୍ତି । ଅପରପକ୍ଷେ ଛାତ୍ରଛାତ୍ରୀଙ୍କ ଦାବିକୁ ଗ୍ରହଣ କରି ଫି କୁ ପର୍ଯ୍ୟାୟ କ୍ରମେ ପୈଠ କରିବା ନିମନ୍ତେ ଅଧ୍ୟକ୍ଷ ପ୍ରତିଶୃତି ଦେଇଛନ୍ତି । ପ୍ରତିଶୃତି ଦିଆଯିବା ପରେ ଛାତ୍ରଛାତ୍ରୀ ମାନେ ବିକ୍ଷୋଭରୁ ଓହରିଥିଲେ ।

Related posts

ଭିକ୍ଷୁକ, ପର୍ଯ୍ୟଟକଙ୍କ ହୋଲି ପାଳନ

mahabharatanews

ଇ-ବସରେ ଭୁବନେଶ୍ବର ବୁଲିଲେ ମେୟର, କମିଶନର

mahabharatanews

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ, ଆଜି ପ୍ରଚାରର ଶେଷ ଦିନ

mahabharatanews