ଓଡିଶା

୧୦ ଲକ୍ଷ ଟଙ୍କା ଓ ୫୦ ଭରି ସୁନା ଲୁଟିନେଲେ ବୁର୍ବୃତ୍ତ

(କଣିହାଁ /ଜ୍ୟୋତିରଞ୍ଜନ ଧର): ଅନୁଗୋଳ ଜିଲ୍ଲା ନାଲକୋନଗର ଥାନା ଗିରାଙ୍ଗ ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଏକ ବଡ଼ଧରଣର ଚୋରି ହୋଇଛି । ଗତ ରାତିରେ ଅଜଣା ଦୁର୍ବୃତ୍ତ ଘରେ ପଶି ୧୦ ଲକ୍ଷ ଟଙ୍କା ସମେତ ୫୦ ଭରି ସୁନା ଲୁଟ କରି ଚମ୍ପଟ ମାରିଛନ୍ତି ।
ପୋଲିସ ସୂତ୍ରରୁ ପ୍ରକାଶ ଯେ, ଗିରାଙ୍ଗ ଗ୍ରାମର ବିକ୍ରମ ସାହୁ ବ୍ୟକ୍ତି ନାଲକୋର ଠିକା କର୍ମଚାରୀ । ଗତକାଲି ତାଙ୍କର ରାତି ଡ୍ୟୁଟି ଥିବା ବେଳେ ଘରେ ତାଙ୍କ ସ୍ତ୍ରୀ ପଦ୍ମାବତୀ ଓ ତାଙ୍କ ଭଉଣୀ ଶୋଇଥିଲେ । ରାତିରେ ଚୋର ଘର ପଛ ଝରକା ଭାଙ୍ଗି ଘର ଭିତରକୁ ପଶିଥିଲେ । ଦୁଇ ଭଉଣୀ ଶୋଇଥିବା ରୁମକୁ ବାହାରୁ ବନ୍ଦ କରି ଚୋର ଅନ୍ୟ ରୁମରୁ ସମସ୍ତ ଆଲମିରା ଭାଙ୍ଗି ସେଥିରେ ଥିବା ୧୦ ଲକ୍ଷ ଟଙ୍କା ସମେତ ୫୦ ଭରି ସୁନା ବାହାର କରିଥିଲେ । ତେବେ ଚୋର ମାନେ ଚୋରି କରିବା ବେଳେ ଖଡ଼ଖଡ଼ ଶବ୍ଦ ଶୁଣି ପଦ୍ମାବତୀଙ୍କ ନିଦ ଭାଙ୍ଗି ଯାଇଥିଲା । ସେ କବାଟ ଖୋଲିବାକୁ ଚେଷ୍ଟା କରିବା ବେଳେ ବାହାରୁ ବନ୍ଦ ଥିବା ଜାଣି କବାଟ ଭାଙ୍ଗି ବାହାରିବା ବେଳକୁ ୪ ଜଣ ଚୋର ଥିବା ଦେଖି ଏକ ପନଖି ଧରି ସେମାନଙ୍କୁ ଗୋଡ଼ାଇ ଥିଲେ । ସେହି ସମୟରେ ଚୋର ମାନେ ପଦ୍ମାବତୀ ଏବଂ ତାଙ୍କ ଭଉଣୀଙ୍କ ଉପରକୁ ସ୍ପ୍ରେ ମାରି ଫେରାର ହୋଇ ଯାଇଥିଲେ । ପରେ ପଦ୍ମାବତୀ ପାଖ ପଡ଼ୋଶୀଙ୍କ ଡାକିବା ସହ ପୋଲିସକୁ ସୂଚନା ଦେଇଥିଲେ । ନାଲକୋ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ନ ଚଳାଇଛି ।

Related posts

ବିଧାୟକଙ୍କ ଦ୍ୱାରା କେର-୩୨ ଦନ୍ତ ଚିକିତ୍ସାଳୟ ଉଦଘାଟିତ

mahabharatanews

ଆଜି ସୂର୍ଯ୍ୟକିରଣ ଏୟାରସୋ ; ଯୋଗଦେବେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ

mahabharatanews

କଳ୍ପନା ଛକରେ ଥିବା ଫଳ ଦୋକାନରେ ଅଗ୍ନିକାଣ୍ଡ

mahabharatanews