Uncategorized

ସେନାଙ୍କ ଗାଡି ଦୁର୍ଘଟଣା, ୨ ଯବାନ ମୃତ

(ରାଜସ୍ଥାନ): ରାଜସ୍ଥାନର ବିକାନେର-ଜୟପୁର ରାଷ୍ଟ୍ରୀୟ ରାଜପଥରେ ଶନିବାର ସକାଳ ସମୟରେ ସେନାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଦୁଇ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହାତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୁଲିସ ସୁତ୍ରରୁ ପ୍ରକାଶ ଯେ, ଯବାନମାନେ ଯେଉଁ ଗାଡିରେ ଯାଉଥିଲେ ସେହି ଗାଡିର ଟାୟାର ଫାଟିଯିବା ଫଳରେ ଏହି ଦୁର୍ଘଟଣା ଘଟିଛି । ତେବେ ଟାୟାର ଫାଟି ଯିବାରୁ ଗାଡି ଓଲଟି ପଡିଥିଲା । ଯାହା ଫଳରେ ଯବାନ ମାନେ ଦୁର୍ଘଟଣାର ଶିକାର ହୋଇଥିଲେ । ଏହା ପରେ ଉକ୍ତ ଗାଡିରୁ ଆହାତ ମାନଙ୍କୁ ଉଦ୍ଧାର କରାଯାଇ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମେଡିକାଲରେ ଡ଼ାକ୍ତର ୨ ଯବାନଙ୍କୁ ବୋଲି ମୃତ ଘୋଷଣା କରିଥିଲେ । ଘଟଣା ବିଷୟରେ ଅଧିକ କିଛି ତଥ୍ୟ ହସ୍ତଗତ ହୋଇପାରି ନଥିବା ଜଣାପଡିଛି ।

Related posts

ଘରେ ପ୍ରସ୍ତୁତ କରନ୍ତୁ ଚକଲେଟ

mahabharatanews

ଦେଶରେ ଦିନକରେ ୬୧ ହଜାର ୨୬୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ତୃତୀୟ ବିଶ୍ୱ ଯୁଦ୍ଧ: ଋଷ ପ୍ରସ୍ତୁତ କରୁଛି ସର୍ବବୃହତ୍ତ ବୋମା

mahabharatanews