ଓଡିଶା

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୭୫ ହଜାର ଟଙ୍କା ସହାୟତା ପ୍ରଦାନ

(ରଜନୀକାନ୍ତ ପାତ୍ର/ବୁଗୁଡା): ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଅନ୍ତର୍ଗତ ଅରଖପୁର ଗ୍ରାମର ଜଣେ ଅସହାୟ ରୋଗୀଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ଯୋଗାଇ ଦିଆଯାଇଛି । ସହାୟତା ରାଶି ଆକାରରେ ୭୫ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଛି । ଚେକ୍ କୁ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ରୋଗୀଙ୍କ ପରିବାରକୁ ଶୁକ୍ରବାର ଦେଇଛନ୍ତି । ଅରଖପୁର ଗ୍ରାମର କୋକ ସ୍ଵାଇଁ ରୋଗରେ ପୀଡ଼ିତ ଥିବା ବେଳେ ତାଙ୍କ ପରିବାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସାହାଯ୍ୟ ପାଇଁ ଆବେଦନ କରିଥିଲେ। ସେହି ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆସିଥିବା ଅର୍ଥକୁ ଆଜି ବିଧାୟକ ଶ୍ରୀ ସାହୁ ଚେକ ମାଧ୍ୟମରେ କୋକ ସ୍ୱାଇଁଙ୍କ ପରିବାରର ବ୍ୟକ୍ତିଙ୍କୁ ପ୍ରଦାନ କରିଥିଲେ। ଚେକ ପ୍ରଦାନ ସମୟରେ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ଓ ସ୍ଥାନୀୟ ସମିତି ସଭ୍ୟ ତଥା ବୁଗୁଡା ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ଵାଇଁ ଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ ।

Related posts

ପୋଖରୀରେ ବୁଡି ଯୁବକର ମୃତ

mahabharatanews

ଟ୍ରେନ ଧକ୍କାରେ ଚାଲିଗଲା ଦୁଇ ଯୁବକଙ୍କ ଜୀବନ

mahabharatanews

ପରଲୋକରେ କଂଗ୍ରେସର ବରିଷ୍ଠ ନେତା ଅଶୋକ ସାମଲ

mahabharatanews