Uncategorized

ରାଣାୱତ ଭଉଣୀଙ୍କ ନାମରେ ଦେଶଦ୍ରୋହ ମାମଲାରେ ସମନ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ନାମରେ ଦେଶଦ୍ରୋହ ମାମଲା । ଦେଶଦ୍ରୋହ ମାମଲାରେ ମୁମ୍ବାଇ ପୁଲିସ୍‌ କଙ୍ଗନା ଓ ତାଙ୍କ ଭଉଣୀ ରଙ୍ଗୋଲୀଙ୍କୁ ସମନ ଜାରି କରିଛି । ଉଭୟଙ୍କୁ ୨୬ ଓ ୨୭ ତାରିଖରେ ହାଜିର ହେବାକୁ କୁହାଯାଇଛି । ସେମାନଙ୍କୁ ତଦନ୍ତକାରୀ ଅଧିକାରୀଙ୍କ ଆଗରେ ହାଜର ହେବାକୁ ସମନରେ କୁହାଯାଇଛି। ଶାହିଲ ଆଶରଫ ଅଲୀ ନାମକ ଜଣେ ବ୍ୟକ୍ତି ବାନ୍ଦ୍ରା ମାଜିଷ୍ଟ୍ରେଟ କୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି ।
ଶାହିଲ ତାଙ୍କ ପିଟିସନରେ ଦର୍ଶାଇଛନ୍ତି କି, କଙ୍ଗନା ଓ ତାଙ୍କ ଭଉଣୀ ରଙ୍ଗୋଲୀ ଯେଉଁଭଳି ଭାବରେ ହିନ୍ଦୁ ଓ ମୁସଲମାନ କଳାକାରଙ୍କ ବିଷୟରେ ସାକ୍ଷାତକାର ଦେଉଛନ୍ତି ଏବଂ ଟ୍ୱିଟ କରୁଛନ୍ତି, ଏହା ଅନେକ ଲୋକଙ୍କ ଧର୍ମୀୟ ଭାବନାକୁ ଆଘାତ ଦେଇଛି। କେବଳ ବଲିଉଡଙ୍କୁ ବଦନାମ କରୁନାହାନ୍ତି ବରଂ ସାଂପ୍ରଦାୟିକ ଭେଦଭାବ ମଧ୍ୟ ସୃଷ୍ଟି କରୁଛନ୍ତି । ତେଣୁ ଉଭୟଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯବା ଉଚିତ । କୋର୍ଟଙ୍କ ନିର୍ଦ୍ଦେଶ ପରେ ବାନ୍ଦ୍ରା ପୁଲିସ୍‌ ଷ୍ଟେସନରେ ଏଫ୍ଆଇଆର୍ ଦାଏର କରିଛି। ଆଇପିସିର ଧାରା ୧୫୩-ଏ,୨୯୫ ଏ, ୧୨୪ଏ (ଦେଶଦ୍ରୋହ) ଓ ୩୪ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି ।

 

Related posts

କୋରୋନା ସ୍ଥିତି ସମୀକ୍ଷା କରୁଛନ୍ତି ପ୍ରଧାନମନ୍ତ୍ରୀ: ହର୍ଷବର୍ଦ୍ଧନ

mahabharatanews

କୋରୋନା ଆତଙ୍କ: ମୃତ୍ୟୁ ସଂଖ୍ୟା ୭୦୦ ଟପିଲା, ୩୪ ହଜାରରୁ ଉଦ୍ଧ୍ୱର୍ ଆକ୍ରାନ୍ତ

mahabharatanews

ସାଢେ ୭ ଘଣ୍ଟାର ଅସ୍ତ୍ରୋପଚାର ପରେ ଯୋଡାହେଲା ପାପୁଲି

mahabharatanews