Uncategorized

ଚଳିତ ବର୍ଷ ଆରମ୍ଭରୁ ପାକିସ୍ତାନ ୩୮୦୦ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କଲାଣି

ନୂଆଦିଲ୍ଲୀ: ୨୦୨୦ ଜାନୁଆରିରୁ ବର୍ତ୍ତମାନ ପର୍ଯ୍ୟନ୍ତ ପାକିସ୍ତାନ ୩୮୦୦ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଲାଣି । ଜମ୍ମୁ କାଶ୍ମୀରର ବିଭିନ୍ନ ନିୟନ୍ତ୍ରଣ ରେଖାରେ ଏହି ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିବା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । କେବଳ ଅସ୍ତ୍ରବିରତି ନୁହେଁ ବରଂ ସୀମାପାର ଆତଙ୍କବାଦ, ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣ ଏବଂ ଡ୍ରଗ୍ସ ଚୋରାଚାଲାଣ କରାଯାଇଥିବା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ ଉଲ୍ଲେଖ କରାଯାଇଛି । ଡ୍ରଗ୍ସ ଚୋରାଚାଲାଣ ଓ ଅସ୍ତ୍ରଶସ୍ତ୍ର ଚାଲାଣ ପାଇଁ ଡ୍ରୋନର ବ୍ୟବସ୍ଥା କରାଯାଉଛି ବୋଲି ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଅନ୍ତର୍ଜାତୀୟ ସୀମା ନିୟମ ଉଲ୍ଲଂଘନ କରୁଥିବାରୁ ପାକ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରାଳୟ କହିଛି ।

Related posts

ପ୍ରତିରକ୍ଷା ମନ୍ତ୍ରୀଙ୍କ ଉପସ୍ଥିତିରେ ପାରା କମାଣ୍ଡୋଙ୍କ ଶକ୍ତି ପ୍ରଦର୍ଶନ

mahabharatanews

ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ ସୋରିଷ

mahabharatanews

ସୀମାରେ ଚୀନର ଗୁଳିମାଡ, ଭାରତ ଦେଲା କଡା ଜବାବ

mahabharatanews