Uncategorized

ପାକ ଦୂତାବାସରେ ମୁତୟନ ଯବାନଙ୍କ ଆତ୍ମହତ୍ୟା ଉଦ୍ୟମ

ନୂଆଦିଲ୍ଲୀ: ଭାରତରେ ଥିବା ପାକିସ୍ତାନ ଦୂତାବାସରେ ମୁତୟନ ଜଣେ ସିଆରପିଏଫ ଯବାନ ନିଜକୁ ଗୁଳିକରି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏପରି କରିବାର କାରଣ ଜଣାପଡି ନାହିଁ ।
ଦିଲ୍ଲୀର ଚାଣକ୍ୟପୁରୀ ଠାରେ ଥିବା ପାକିସ୍ତାନ ଦୂତାବାସ ବାହାରେ ସିଆରପିଏଫ ଯବାନ ରାମ ବାବୁ ମୁତୟନ ଥିଲେ । ଗତକାଲି ଅପରାହ୍ନ ୩.୩୦ରେ ସେ ତାଙ୍କ ନିଜ ସର୍ଭିସ ବନ୍ଧୁକରେ ନିଜକୁ ଗୁଳିମାରି ଥିଲେ । ଏହାପରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଏମ୍ସର ଟ୍ରୋମା ସେଣ୍ଟରରେ ତାଙ୍କ ଚିକିତ୍ସା ଚାଲିଛି । ମାନସିକ ଅବସାଦରୁ ସେ ଏପରି କରିଥିବା ଅନୁମାନ କରାଯାଉଛି ।

 

Related posts

ଆକାଶରେ ଉଡିବାର କ୍ଷମତା ରଖିଥିବା ରହସ୍ୟମୟ ଯୁବକ

mahabharatanews

ସ୍ୱପ୍ନରେ ଏଭଳି ପକ୍ଷୀ ଦେଖୁଛନ୍ତି କି? ଶେଷ ହୋଇପାରେ ଆପଣଙ୍କ ସମସ୍ୟା

mahabharatanews

ଭାରତରେ ୯ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

mahabharatanews